ମେଦନା ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ12 ଲିଟର ବିଦେଶୀ ମଦ ଜବତ,ଜଣ ଗିରଫ

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୦ା୪:-ଡାବୁଗାଁ ଥାନା ଅଧୀନ ମେଡ଼ନା ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି 12ଲିଟର ବିଅର ମଦ ଜବତ କରିବା ଶହ ଜଣକୁ ଗିରଫ କରିଛି । ଅବକାରୀ ବିଭାଗ ଅଧିକ୍ଷକ ଅଭିରାମ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ବିଭାଗ ନିରୀକ୍ଷକ ରଞ୍ଜୁଲତା ବାରିକଙ୍କ ତତ୍ତ୍ଵାବଧାନରେ ଆଜି ଅପରାହ୍ନ 3 ଘଣ୍ଟା ସମୟରେ ଏହି ଚଢ଼ାଉ କରାଯାଇଥିଲା।ଏହି ଚଢ଼ାଉ ରେ ଡାବୁଗାଁ ଅବକାରୀ ବିଭାଗ ଉପ ନିରୀକ୍ଷକ ବୁଲୁ ପାତ୍ର, ସହ ଉପ ନିରୀକ୍ଷକ ଏସ. କେ. ପଣ୍ଡା, ସୁରେଖା ଭତ୍ରା, ଶ୍ରୀକାନ୍ତ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ମେଦାନ ଗ୍ରାମର ହିରେନ୍ଦ୍ର ଗୌଡ଼ଙ୍କ ନାମରେ ଡାବୁଗାଁ ଅବକାରୀ କାର୍ଯ୍ୟାଳୟ କେସ ନଂ 12/24-25 ରେ ମାମଲା ରୁଜୁ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!