ନୁଆଦିଲ୍ଲୀ,୨୧।୪:ନିର୍ବାଚନରେ ନିୟୋଜିତ ଯବାନଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ । ଛତିଶତଗଡ଼ କୋଡେନାର ପୋଲିସ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତ ହୋଇଛନ୍ତି ୧୦ ଯବାନ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବସ୍ ସାମନାକୁ ହଠାତ ଗୋରୁପଲ ପଳାଇ ଆସିବାରୁ ଭାରସାମ୍ୟ ହରାଇ ବସ୍ ରାସ୍ତାକଡ଼ରେ ଓଲଟି ପଡ଼ିଥିଲା ।ଛତିଶଗଡର ବସ୍ତର ଜିଲ୍ଲାରେ CRPF ଯବାନଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ। ଏଥିରେ ୧୦ ଜଣ ଯବାନ ଆହତ ହୋଇଛନ୍ତି। ନିର୍ବାଚନ ଡ୍ୟୁଟି ପାଇଁ ଯିବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା।ପୁଲିସ ସୂଚନାନୁସାରେ, ଏପ୍ରିଲ ୨୬ ମତଦାନ ପାଇଁ CRPF ଯବାନମାନେ ବସ୍ ଯୋଗେ ଦନ୍ତେୱାଡା ଫରସପାଲରୁ ମହାସମୁଣ୍ଡ ନିର୍ବାଚନମଣ୍ଡଳୀ ଅଭିମୁଖେ ଯାଉଥିଲେ। ଏହି ସମୟରେ ରାଇକୋଟ ଗାଁ ନିକଟରେ ଏକ ଗାଇ ବସ୍ ଆଗକୁ ଚାଲି ଆସିଥିଲା। ଫଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି ପଡିଥିଲା।ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ପାଞ୍ଚ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ୫ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଡିସଚାର୍ଜ କରାଯାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |