ନୂଆପଡ଼ା ଜିଲ୍ଲା ଖଡ଼ିଆଲରେ କଳାବୈଶାଖୀ ତାଣ୍ଡବ

ନୂଆପଡ଼ା,୨୧।୪: ରାଜ୍ୟ ସାରା ପ୍ରବଳ ଖରା ମଧ୍ୟରେ ଆଜି ସନ୍ଧ୍ୟାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଲରେ କଳାବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ବେଗରେ ପବନ ଯୋଗୁଁ ରାସ୍ତାକଡ଼ରେ ଥିବା ଅନେକ ଗଛ ଉପୁଡ଼ି ପଡ଼ିଛି। ଫଳରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି।ଖଡ଼ିଆଳ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ସନ୍ଧ୍ୟା ଚାରି ଘଣ୍ଟା ସମୟରେ ପ୍ରବଳ ବର୍ଷା, କୁଆ ପଥରମାଡ଼ ଓ ପବନ ବୋହିଥିଲା। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା। ଫଳରେ ଖଡ଼ିଆଳ ସିନାପାଲି ରାସ୍ତା, ଡୁଆଝର ବିରିଘାଟ ରାସ୍ତା, ଖଡ଼ିଆଳ ଲାଞ୍ଜି ରାସ୍ତା, କଳାହାଣ୍ଡି ରାଜ୍ୟ ରାଜପଥ ରାସ୍ତା ସହିତ ଜାତୀୟ ରାଜପଥ ୩୫୩ର ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଉପରେ ଗଛ ପଡି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ରହିଥିଲା। କେତେକ ସ୍ଥାନରେ ଗ୍ରାମବାସୀ ରାସ୍ତାରୁ ଗଛ ହଟାଉ ଥିବାବେଳେ ଖଡ଼ିଆଳ ଅଗ୍ନିଶମ ବିଭାଗ ବିଭିନ୍ନ ଦଳରେ ଭାଗ ଭାଗ ହୋଇ ରାସ୍ତା ସଫା କରୁଥିବା ନଜରକୁ ଆସିଥିଲା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!