ଡାବୁଗାଁ ଅଂଚଳରେ ଅଞ୍ଚଳବାସୀଙ୍କ ଦୁଃଖ ଦ୍ବିଗୁଣିତ କରୁଛି “ପ୍ରଚଣ୍ଡ ରୌଦ୍ରତାପ ଶହ ଅଘୋଷିତ ବିଦ୍ୟୁତ କାଟ”,

ଡାବୁଗାଁ (ମିହିର ଶଙ୍କର ପାତ୍ର),୨୧।୪:ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଲେ ରାଜ୍ୟର ଅନେକ ଜିଲ୍ଲାର ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ରହିଥିବା ରେକର୍ଡ କରାଯାଇଛି |ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ଅନେକ ନିର୍ଦେଶନାମା ଜାରି କରାଯାଇଛି |ନବରଙ୍ଗପୁର ଜିଲ୍ଲାର ତାପମାତ୍ରା ମଧ୍ୟ ୪୦ଡିଗ୍ରୀ ଉପରେ ରହୁଛି |ସାଧାରଣଲୋକେ ତ୍ରାହି ତ୍ରାହି ହେଉଛନ୍ତି |ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଳୁଗୁଳି ସାଧାରଣ ଧନଜୀବନ ଅସ୍ତବ୍ୟସ୍ତ କରିଦେଉଛି |ଏପରି ପରିସ୍ଥିତିରେ ଅଘୋଷିତ ବିଦ୍ୟୁତ କାଟ ଅଞ୍ଚଳବାସୀଙ୍କ ଦୁଃଖ ଦ୍ବିଗୁଣିତ କରିଦେଉଛି |ଗୁଳୁଗୁଳି ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ପଙ୍ଖା, କୁଳର, ଏସି ଆଦି ଯାନ୍ତ୍ରିକ ବସ୍ତୁ ସବୁର ବ୍ୟବସ୍ଥା କରି ରଖିଛନ୍ତି, ହେଲେ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ଯୋଗୁଁ ଏସବୁ ଯାନ୍ତ୍ରିକ ବସ୍ତୁ ଆମର କୌଣସି କାର୍ଯ୍ୟକୁ ଆସୁନାହିଁ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି |ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମାନଙ୍କରେ ଆଗଭଳି ଆଉ ଗଛସବୁ ଦେଖିବାକୁ ମିଳୁନି ଫଳରେ ଲୋକେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଯାନ୍ତ୍ରିକ ବସ୍ତୁ ସବୁ ଉପରେ ନିର୍ଭର କରୁଛନ୍ତି |ହେଲେ ବାରମ୍ବାର ଓ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଥିବା ହେଉଥିବାରୁ ଲୋକେ ନାହିଁ ନଥିବା କଷ୍ଟ ଭୋଗୁଥିବା କହିଛନ୍ତି | |ପ୍ରଶାସନ ଏ ବିଷୟକୁ ଗୁରୁତର ସହିତ ନେଇ ତାର ସ୍ଥାୟୀ ସମାଧାନ କଲେ ଅଞ୍ଚଳବାସୀ ଉପକୃତ ହୁଅନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!