ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।ଖଣି ଅଞ୍ଚଳର ବିକାଶ ପାଇଁ ଗଠନ ହୋଇଥିଲା DMF ଫଣ୍ଡ। ଆଜି ସେଥିରୁ ୯ କୋଟିରୁ ଅଧିକ ଟଙ୍କା ହଡପ୍ ହୋଇଛି। ୪ଟି ଚେକ୍ ଦେଇ ବ୍ୟାଙ୍କକୁ ଚୂନା ଲଗାଇଦେଲେ ବାହାର ରାଜ୍ୟର କମ୍ପାନୀ। ଯାହାକୁ ନେଇ ହରଡ ଘଣାରେ ପଡ଼ିଛନ୍ତି ବ୍ୟାଙ୍କ ଅଫ୍ ଇଣ୍ଡିଆର ବାରିପଦା ଶାଖା କର୍ତ୍ତୃପକ୍ଷ। ଟଙ୍କା ହଡପ୍ ହୋଇଥିବା ଜାଣି ବ୍ୟାଙ୍କ କର୍ତ୍ତୃପକ୍ଷ ଆଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ମୟୂରଭଞ୍ଜ ପିଡି ଡିଆରଡିଏ ଅଧୀନରେ ରହିଛି District Mineral Foundation(DMF)। ଖଣି ଅଞ୍ଚଳର ବିକାଶ କରିବା ପାଇଁ ଏହି ଫଣ୍ଡ ଗଠନ କରାଯାଇଥିଲା। ଏହାର ଆକାଉଣ୍ଟ ବାରିପଦା ଟାଉନ୍ରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ରହିଛି। ଜିଲ୍ଲା ପ୍ରଶାସନର ଅଜାଣତରେ ଏହି ଫଣ୍ଡର ୨ଟି ଚେକ୍ ଗତ ୧୦ ତାରିଖରେ ବ୍ୟାଙ୍କରେ ଜମା ହୋଇଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ତର୍ଜମା ନକରି Chq No-017795ରେ ୨,୬୮,୪୨,୩୦୦ ଟଙ୍କା ପିଟି କନ୍ଷ୍ଟ୍ରକ୍ସନ୍ ଆଣ୍ଡ ସପ୍ଲାୟର୍ସ ଆକାଉଣ୍ଟ ଟ୍ରାନ୍ସଫର କରାଯାଇଥିବା ବେଳେ Chq No-01776ରେ ୧,୮୪,୨୭,୪୦୦ ଟଙ୍କା ଏସ୍କେ ଏଣ୍ଟ୍ରପ୍ରାଇଜେସ୍କୁ ଟ୍ରାନ୍ସଫର କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |