ଜୁନ୍‌‌ ୧୬ରେ ନେଟ୍‌‌ ପରୀକ୍ଷା

ଭୁବନେଶ୍ୱର,୨୨ା୪: ଜୁନ୍‌‌ ୧୬ରେ ନେଟ୍‌‌ ପରୀକ୍ଷା|ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ନେଟ୍‌‌ ପରୀକ୍ଷା ପାଇଁ ଆବେଦନ ରବିବାର ଠାରୁ ଆରମ୍ଭ ହୋଇଛି। ଆସନ୍ତା ମେ ୧୦ ତାରିଖ ପର୍ଯ୍ୟନ୍ତ ଏଥିନିମନ୍ତେ ଆବେଦନ କରାଯାଇ ପାରିବ। ଜୁନ୍‌‌ ୧୬ ତାରିଖରେ ନେଟ୍‌‌ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପରୀକ୍ଷା ସଞ୍ଚାଳନ କରୁଥିବା ନ୍ୟାସନାଲ୍‌‌ ଟେଷ୍ଟିଂ ଏଜେନ୍ସି(ଏନ୍‌‌ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀମାନେ ଅନ୍‌‌ଲାଇନ୍‌‌ରେ https://ugcnet.nta.ac.in/ ୱେବ୍‌‌ସାଇଟ୍‌‌ରେ ଆବେଦନ କରିବେ। ନେଟ୍‌‌ରେ ଉର୍ତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜୁନିଅର ରିସର୍ଚ୍ଚ ଫେଲୋସିପ (ଜେଆର୍‌‌ଏଫ୍‌‌) ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏହାସହ ପ୍ରଥମଥର ପାଇଁ ନେଟ୍‌‌ ପରୀକ୍ଷା ମାଧ୍ୟମରେ ପିଏଚ୍‌‌ଡି ପଢ଼଼ିବାକୁ ମଧ୍ୟ ଛାତ୍ରଛାତ୍ରୀମାନେ ଯୋଗ୍ୟତା ଅର୍ଜନ କରିବେ। ସମୁଦାୟ ୮୩ ଟି ବିଷୟରେ ପିଏଚ୍‌‌ଡି କରିବା ନିମନ୍ତେ ଏହି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ। ପୂର୍ବରୁ ଏହି ପରୀକ୍ଷା ଅନ୍‌‌ଲାଇନ୍‌‌ରେ କରାଯାଉଥିବାବେଳେ ଚଳିତ ଥର ଏହା ଅଫ୍‌‌ଲାଇନ୍‌‌ ବା କାଗଜ କଲମରେ ହେବ ବୋଲି ଏନ୍‌‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!