ଆଜି ବିଶ୍ୱ ପୃଥିବୀ ଦିବସ

ଭୁବନେଶ୍ୱର, ୨୨।୪:ଆଜି ବିଶ୍ୱ ପୃଥିବୀ ଦିବସ|ପୃଥିବୀ ବିନା ଆମର ସତ୍ତା ଅସମ୍ଭବ । ପଶୁ-ପକ୍ଷୀ, ଗଛ-ଲତା, ଜୀବ-ଜନ୍ତୁ ସବୁ ଆଶ୍ଚର୍ଯ୍ୟକର ସୃଷ୍ଟି ଏହିଠାରେ ସମ୍ଭବ ହୋଇପାରିଛି|ଏହାକୁ କିପରି ସୁରକ୍ଷିତ ରଖିବା ତାହାର ଦାୟିତ୍ବ ସମ୍ପୁର୍ଣ୍ଣ ଆମର ।  ଆମର ନିହିତ ସ୍ୱାର୍ଥ ପାଇଁ ପ୍ରକୃତିକୁ ନଷ୍ଟ କରିଚାଲିଛନ୍ତି, ଯାହା ଦ୍ୱାରା ପ୍ରାକୃତିକ ଜୀବଙ୍କୁ କ୍ଷତି ପହଞ୍ଚୁଛି। ତେଣୁ ପୃଥିବୀର ରକ୍ଷା ନିମନ୍ତେ ପ୍ରତିଟି ବ୍ୟକ୍ତିଙ୍କୁ ସଚେନତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ଏପ୍ରିଲ ୨୨କୁ ଇଣ୍ଟରନ୍ୟାସନାଲ ମଦର ଆର୍ଥ ଡେ ବା ବିଶ୍ୱ ପୃଥିବୀ ଦିବସ ରୂପେ ପାଳନ କରାଯାଉଛି। ଯୁଗ ବଦଳିବା ସହ ଆମର ଚାଲିଚଳନି ବ୍ୟବହାର ସବୁ ବଦଳିବାରେ ଲାଗିଛି।  ଆମର ନିହିତ ସ୍ୱାର୍ଥ ପାଇଁ ପ୍ରକୃତିକୁ ନଷ୍ଟ କରିଚାଲିଛନ୍ତି, ଯାହା ଦ୍ୱାରା ପ୍ରାକୃତିକ ଜୀବଙ୍କୁ କ୍ଷତି ପହଞ୍ଚୁଛି।ଯେଉଁଠି ଅତ୍ୟଧିକ ଅତ୍ୟାଧୁନିକ ଜିନିଷ ବ୍ୟବହାର କରିବା ପୃଥିବୀ ପାଇଁ କାଳ ସାଜିଛି। ଯେମିତିକି କ୍ଷେତ ପାଇଁ ଅଧିକ ରାସାୟନିକ ସାର , କଳକାରଖାନାର ଅନର୍ଗଳ ବାହାରୁଥିବା ଦୂଷିତ ଧୁଆଁ, ଜଙ୍ଗଲ ସଫା, ଜଳର ଅପ ବ୍ୟବହାର  ଆହୁରି ଅନେକ କିଛି । ଏସବୁର ପରିମାଣ ଆମକୁ ଅନେକ ମାତ୍ରାରେ କମାଇବାକୁ ପଡିବ । ଯେଉଁଠି ଆମର ସୁନ୍ଦର ସବୁଜିମା ପୃଥିବୀ ତାର ସତ୍ତା ହରାଇ ବସିଛି । ଯାହାକୁ ପୁଣିଥରେ ସବୁଜ ସୁନ୍ଦର କରିବାର ଆବଶ୍ୟକତା ରହିଛି । ତେଣୁ ଏହିସବୁ ବିଷୟରେ ଧ୍ୟାନ ଦେଲେ ଆମେ ଆମର ପୃଥିବୀକୁ ବଞ୍ଚାଇ ପାରିବା । ପ୍ରତିବର୍ଷ ବିଶ୍ୱ ପୃଥିବୀ ଦିବସ ଏକ ଥିମ୍ ଆଧାରରେ ପାଳନ କରାଯାଏ। ଚଳିତ ବର୍ଷ ବିଷୟବସ୍ତୁ – ‘ପ୍ଲାନେଟ୍ ବନାମ ପ୍ଲାଷ୍ଟିକ୍’ ରଖାଯାଇଛି, ଯାହାର ଉଦ୍ଦେଶ୍ୟ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ସମାପ୍ତ କରିବା ଏବଂ ଏହାର ବିକଳ୍ପ ଖୋଜିବା ଉପରେ ଗୁରୁତ୍ୱ ଦେବା। କେବଳ ଯେ ପ୍ଲାଷ୍ଟିକ ମୁକ୍ତ କରିବା ତା ନୁହେଁ, ଆହୁରି ଅନେକ ବିଷୟ ଉପରେ ଆମକୁ ଧ୍ୟାନ ଦେବାକୁ ପଡିବ । ଯେମିତିକି ପ୍ରଦୂଷଣ ମୁକ୍ତ, ଜୈବବିବିଧତା, ଜଳବାୟୁ ପରିବର୍ତ୍ତନ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ । ଆମର ଏକ ଅନିୟମିତତା ତଥା ଅପ୍ରାକୃତିକ ଜୀବନଶୈଳୀ ଯୋଗୁଁ ପୃଥିବୀର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ଯେଉଁଥିପାଇଁ ଆମେ ସମସ୍ତେ ଦାୟୀ । କେବଳ ବର୍ତ୍ତମାନର କିଛିଟା ସୁଖ ପାଇଁ ଅତ୍ୟଧିକ ପରିମାଣରେ ଜଙ୍ଗଲ ସଫା କରି ଆମେ ବିପଦକୁ ଡାକି ଆଣୁଛନ୍ତି  । ଯାହା ଭବିଷ୍ୟତ ପାଇଁ ଅତ୍ୟନ୍ତ ଭଙ୍କର ସ୍ଥିତି ଉପୁଯାଇପାରେ । ତେଣୁ ଏସବୁ ପାଇଁ ସଚେତନତା ନିଶ୍ଚିତ ଆବଶ୍ୟକ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!