ରାଜନଗର,,୨୨ା୪: ଭିତରକନିକା ଜାତୀୟ ଉଦ୍ୟାନରେ ‘ମ୍ୟାନଗ୍ରୁଭ୍ ପିଟା’ ବା ନବରଙ୍ଗୀ ଚଢେଇଙ୍କ ଗଣନା ଶେଷ ହୋଇଛି। ଗତକାଲି ଗୋଟିଏ ଦିନରେ ୩୬ଟି ଟିମ୍ରେ ୭୨ଜଣ ବନକର୍ମଚାରୀ ୫ଟି ରେଞ୍ଜ୍ରେ ଏହି ବିରଳ ପକ୍ଷୀଙ୍କ ଗଣନା କରିଥିଲେ। ଗଣନାରେ ଭିତରକନିକା ଜାତୀୟ ଉଦ୍ୟାନର ୫ଟି ରେଞ୍ଜ୍ ମଧ୍ୟରୁ ୩ଟିରେ ୨୧୮ ନବରଙ୍ଗୀ ଚଢେଇଙ୍କୁ ଚିହ୍ନଟ କରାଯାଇଥିଲା। ଗହୀରମଥା ଓ କୁଜଙ୍ଗ ରେଞ୍ଜରେ ଦେଖିବାକୁ ମିଳି ନ ଥିବା ବେଳେ ମହାକାଳପଡା, ରାଜନଗର ଓ କନିକା ରେଞ୍ଜରେ ଏଭଳି ୨୧୮ଟି ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। କନିକା ରେଞ୍ଜର ଭିତରକନିକା ଫରେଷ୍ଟ ବ୍ଲକ ଅଞ୍ଚଳରେ ସର୍ବାଧିକ ୩୨ଟି ନବରଙ୍ଗୀ ଚଢେଇ ଚିହ୍ନଟ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |