ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୨ା୪: ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଢୋଷଣା କରିଛି ବିଜୁ ଜନତା ଦଳ ।ପୂର୍ବରୁ ୧୩୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବର୍ତ୍ତମାନ ୬ଟି ଆସନ ପାଇଁ ପ୍ରାର୍ଥୀ ଚୟନ କରିଛି ବିଜେଡି । ଏହି ତାଲିକାରେ ହିନ୍ଦୋଳ, କାକଟପୁର, ବରୀ, ରଘୁନାଥପାଲୀ, ବାଲକୁଦା-ଏରସମା, ବାଙ୍ଗିରିପୋଷୀ ଆଦି ଆସନରୁ ପ୍ରାର୍ଥୀ ଘୋଷଣା କରିଛି । ଏକ ପ୍ରେସମିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟ ପ୍ରାର୍ତୀ ତାଲିକା ଘୋଷଣା କରିଛନ୍ତି ।ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ହିନ୍ଦୋଳରୁ ବିଜେଡି ମହେଶ ସାହୁଙ୍କୁ ବିଧାୟକ ଟିକେଟ ଦେଇଥିବା ବେଳେ ରଘୁନାଥପାଲୀ ଆସନରୁ ଅର୍ଚ୍ଚନା ରେଖା ବେହେରାଙ୍କୁ ପ୍ରାର୍ଥୀ ଭାବରେ ଟିକେଟ ଦେଇଛି । ସେହିପରି ବାଲିକୁଦା-ଏରସମା ଆସନରେ ସାରଦା ପ୍ରସାଦ ଜେନାଙ୍କ ଉପରେ ଦଳ ଭରସା କରିଛି । ଏହାବ୍ୟତୀତ କାକଟପୁରରେ ତୁଷାରକାନ୍ତି ବେହେରା ପ୍ରାର୍ତୀ ଭାବରେ ଟିକେଟ ପାଇଛନ୍ତି ଏବଂ ବାଙ୍ଗିରିପୋଷୀ ପାଇଁ ପ୍ରାର୍ତୀ ହୋଇଛନ୍ତି ରଞ୍ଜିତା ମାର୍ଣ୍ଡି । ତେବେ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ ଟିକେଟ ପ୍ରଦାନ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!