ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଗସ୍ତରେ ଆସିଲେ 5T ସଚିବ VK ପାଣ୍ଡିଆନ

 ନବରଙ୍ଗପୁର (ମିହିର ଶଙ୍କର ପାତ୍ର),୨୬।୪:-ବିଜେଡି ନେତା କାର୍ତିକେୟନ ପାଂଡିଆନ ଆଜି ମଧ୍ୟ ଦକ୍ଷିଣ ଓଡ଼ିଶାରେ ପ୍ରଚାର ଅଭିଯାନ ଜାରି ରହିଛନ୍ତି । ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଉମରକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ମଣ୍ଡଳିର ପାପଡ଼ାହାଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଏହି ଅବସଷରେ ପ୍ରଥମେ ଉମରକଟ ଏଵଂ ପରେ ମଇଦଲପୁର କଲେଜ ପଡିଆ ପରିସରରେ ହେଉଥିବା ନିର୍ବାଚନୀ ସଭାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଯୋଗ ଦେଲେ 5T ସଚିବ ଭି. କେ ପାଣ୍ଡିଆନ୍। ଉକ୍ତ ନିର୍ବାଚନୀ ସଭାରେ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଯୋଗ ଦେଇ ବିଜେଡ଼ି ସପକ୍ଷରେ ଭୋଟ ଭିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା।ପ୍ରଚାର ସଭାରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି lମଇଦଲପୁର ଆଜି ଲୋକାରଣ୍ୟ ହଇ ପଡିଛି l ସଭାରେ ଯୋଗଦେଇ 5t ସଚିବ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ସିଧା ସଳଖ ଅଳଚନ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!