ଡାବୁଗାଁ ଅବକାରୀ ବିଭାଗର ଚଢାଉ ଚିଚିବାଇ ରାସ୍ତାରେ ବାଇକ ଶହ 40ଲିଟର ସଲପି ରସ ଜବତ,ଜଣେ ଗିରଫ

ନବରଙ୍ଗପୁର (ମିହିର ଶଙ୍କର ପାତ୍ର),୨୬।୪: ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଶୁକ୍ରବାର ପେଟ୍ରୋଲିଂ କରିବା ସମୟରେ ଚିଚିବାଇ ରାସ୍ତାରେ ଆଜି 3ଘଣ୍ଟା ସମୟରେ ବାଇକ ଶହ ୪୦ ଲିଟର ସଲପି ରସ ଜବତ କରିବା ଶହ ବନ୍ଦକନା ଗ୍ରାମର ସମଡୁ ଗୌଡ଼ କୁ ଗିରଫ କରିଛି ଅବକାରୀ ବିଭାଗ।ଏହି ପେଟ୍ରୋଲିଂ ସମୟରେ ବାଇକ ନଂ ଓଡି ୨୪ ଏ ୪୧୯୮ ଯୋଗେ ଯାଉଥିବା ବେଳେ ଅବକାରୀ କର୍ମଚାରୀ ମାନେ ଉକ୍ତ ବାଇକକୁ ଅଟକାଇ ଯାଞ୍ଚ କରିଥିଲେ | ଯାଞ୍ଚ କରିବାରୁ ଉକ୍ତ ବାଇକ ରେ ଏକ ପ୍ଲାଷ୍ଟିକ ଡବାରେ ୪୦ ଲିଟର ସଲଫି ରସ ଥିଲା | ଏହା ସହ ବାଇକ ଆରୋହି କୁ ଗିରଫ କରାଯାଇଛି | ଏହି ଚଢାଉରେ ଅବକାରୀ ନିରିକ୍ଷକ ରଞ୍ଜୁଲତା ବାରିକ ଙ୍କ ତତ୍ଵାବଧାନ ରେ ଡାବୁଗାଁ ଅବକାରୀ ଉପ ନିରିକ୍ଷକ ବୁଲୁ ପାତ୍ର, ସହ ଉପନିରିକ୍ଷକ ଏସ. କେ ପଣ୍ଡା, କର୍ମଚାରୀ ସୁରେଖା ଭତ୍ରା ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୮/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!