ବାଇକ୍‌କୁ ପିଟିଲା ଟ୍ରକ୍‌, ଚାଲିଗଲା ୩ ଜୀବନ

ଅନୁଗୁଳ,୨୭ା୪:ଅନୁଗୁ‌‌ଳ ଜିଲ୍ଲା ଏନ୍ଏଚ୍ ୫୫ ପଞ୍ଚମହଲା ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ ୩ ବାଇକ୍‌ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାରେ ଟ୍ରକ୍ ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଡେରେଜାଙ୍ଗ ଗାଁର ରୁପା ଦେହୁରୀ (୪୮), ରାଜେନ୍ଦ୍ର ପ୍ରଧାନ (୨୨) ଏବଂ ସୁବ୍ରତ ପ୍ରଧାନ (୧୭)। ଏମାନଙ୍କ ମଧ୍ୟରେ ଦୁଇଜଣ ମାଛ ବେପାରୀ ଓ ଜଣେ କଲେଜ ଛାତ୍ର ଅଛନ୍ତି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!