ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୨ ଛାତ୍ରୀ

ମହାକାଳପଡ଼ା,୨୭ା୪: କେନ୍ଦ୍ରାପଡ଼ା ଜିଲ୍ଲା ମଙ୍ଗଳପୁରରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୨ ଛାତ୍ରୀ।ଏଠାରେ ଲୁଣା ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ନାବାଳିକା ନିଖୋଜ ହୋଇଛନ୍ତି। ନିଖୋଜ ନାବାଳିକା ହେଲେ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗାଁର ଅଭିଲିପ୍ସା ଓରଫ ଲଭଲି ବେହେରା। ତାଙ୍କର ବୟସ ୧୪ ବର୍ଷ ଓ ସେ ନବମ ଶ୍ରେଣୀରେ ପଢ଼ୁଥିବା ଜଣାଯାଇଛି।  ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡାର ଲୁଣା ନଦୀରେ ଏହି ଅଘଟଣ ଘଟିଛି।ଆଜି ସକାଳେ ଅଭିଲିପ୍ସା ଓ ତାଙ୍କ ସାଙ୍ଗ ଲୁଣା ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେମାନଙ୍କ ଗୋଡ଼ ଖସିଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ। ନଦୀ ନିକଟରେ ଉପସ୍ଥିତ ଥିବା ଗ୍ରାମବାସୀ ଭାସିଯାଉଥିବା ଦେଖି ଜଣେ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ହେଲେ ଅଭିଲିପ୍ସାଙ୍କର ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ନିଖୋଜ ଛାତ୍ରୀଙ୍କୁ ମିଳିତ ଭାବେ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି।ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି। ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ମିଳିତ ଭାବେ ନଦୀରେ ଖୋଜାଖୋଜି ଚଳାଇଛନ୍ତି। ନିଖୋଜ ଛାତ୍ରୀ ଜଣକ ହେଲେ ଅଭିଲିପ୍ସା ବେହେରା । ଅଭିଲିପ୍ସା ଓ ତାଙ୍କ ସାଙ୍ଗ ନବମ ଶ୍ରେଣୀରେ ପଢ଼ୁଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!