ବିହାର ଚାଲାଣ ହେଉଥିଲେ ଶିଶୁ ,ଅଯୋଧ୍ୟାରୁ ୯୫ ଶିଶୁ ଉଦ୍ଧାର

ନୂଆଦିଲ୍ଲୀ,୨୭ା୪: କଂଗ୍ରେସବେଆଇନ ଭାବେ ଚାଲାଣ ହେଉଥିବା ୯୫ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଉତ୍ତରପ୍ରଦେଶ ଶିଶୁ ଆୟୋଗ। ବିହାରରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ବେଳେ ଚଢାଉ କରି ଆୟୋଗ ୯୫ ଜଣଙ୍କୁ ଉଦ୍ଧାର କରିଛି। ଉତ୍ତର ପ୍ରଦେଶର ଅଯୋଧ୍ୟାରୁ  ୯୫ଶିଶୁଙ୍କୁ ଉଦ୍ଧାର କରିଛି ସ୍ଥାନୀୟ ପୁଲିସ। ଏସବୁ ଶିଶୁମାନଙ୍କୁ ଉତ୍ତରପ୍ରଦେଶରରୁ ବିହାରକୁ ଚାଲାଣ କରାଯାଉଥିବା ସମୟରେ ଚାଇଲ୍‌ଡ ଲାଇନ୍‌ ସହାୟତାରେ ପୁଲିସ ଚଢ଼ାଉ କରି ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ସମସ୍ତ ପିଲାଙ୍କ ବୟସ ୫ରୁ ୯ବର୍ଷ ମଧ୍ୟରେ ହେବ।ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି ଯେ, କିଛି ପିଲାଙ୍କୁ ବେଆଇନ ଭାବେ ଚାଲାଣ ହେଉଥିବା ନେଇ ରାଜ୍ୟ ଶିଶୁ ଆୟୋଗ ସଦସ୍ୟ ସୁଚିତ୍ରା ଚତୁର୍ବେଦୀ ସୂଚନା ଦେଇଥିଲେ। ବିହାରରୁ ପିଲାମାନଙ୍କୁ ବେଆଇନ ଭାବେ ସାହାରନପୁରକୁ ଚାଲାଣ କରାଯାଉଥିବା ଜଣାପଡିଥିଲା। ଏହି ସମୟରେ ଚଢାଉ କରି ଆମେ ପିଲାମାନଙ୍କୁ ଉଦ୍ଧାର କରିଛି।ପିଲାମାନଙ୍କୁ ଖାଦ୍ୟ ଓ ଚିକିତ୍ସା ଯୋଗାଇ ଦିଆଯାଇଛି। ସମସ୍ତ ଉଦ୍ଧାର ହୋଇଥିବା ପିଲାମାନଙ୍କ ବୟସ ୪-୧୨ ବର୍ଷ ହେବ ବୋଲି ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଚାଲାଣ ହେଉଥିବା ପିଲାମାନଙ୍କ ଅଭିଭାବକଙ୍କ ପକ୍ଷରୁ କୌଣସି ସ୍ୱୀକୃତି ମିଳିନଥିଲା। ପିଲାମାନେ ମଧ୍ୟ କେଉଁଠାକୁ ଯାଉଛନ୍ତି ଜାଣିନଥିବା କହିଥିଲେ। ବର୍ତ୍ତମାନ ସେମାନଙ୍କ ବାପା-ମାଆଙ୍କୁ ଯୋଗାଯୋଗ କରାଯାଉଛି। ଏହି ରାକେଟରେ ଯେଉଁମାନେ ବି ସାମିଲ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!