ମଣିପୁରରେ ହିଂସା, ୨ ଯବାନ ସହିଦ

ନୂଆଦିଲ୍ଲୀ,୨୭।୪:  ମଣିପୁରରେ ପୁଣି ହିଂସା । ଉଗ୍ରବାଦୀଙ୍କ ଆକ୍ରମଣରେ ଦୁଇ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ଲୋକସଭା ନିର୍ବାଚନର ଗୋଟିଏ ଦିନ ପରେ କୁକି ଉଗ୍ରବାଦୀମାନେ ନାରସେନା ଅଞ୍ଚଳରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍‌) ର ଦୁଇ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଛନ୍ତି। ସହିଦ ହୋଇଥିବା ଦୁଇ ଯବାନ ବିଷ୍ଣୁପୁର ଜିଲ୍ଲାର ନାରାଣସେନା ଅଂଚଳରେ ମୁତୟନ ହୋଇଥିଲେ । ଉଗ୍ରବାଦୀଙ୍କ ଆକ୍ରମଣରେ ଆଉ ଦୁଇଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏସମ୍ପର୍କରେ ମଣିପୁର ପୋଲିସ ପକ୍ଷରୁ ସୂଚନା ମିଳିଛି। କୁକି ଉଗ୍ରବାଦୀମାନେ ରାତି ୧୨ଟା ୩୦ମି.ରୁ ଭୋର୍ ୨ଟା ୧୫ମି. ଯାଏଁ ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନ ବିଷ୍ଣୁପୁର ଜିଲ୍ଲାର ନାରସେନା ଅଞ୍ଚଳରେ ନିୟୋଜିତ ଉଜଚୠ ର ୧୨୮ ବାଟାଲିୟନର ସଦସ୍ୟ ଥିଲେ। ଅପରପକ୍ଷେ ଏହି ଆକ୍ରମଣରେ ଆଉ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି । ପାହାଡ ଶୀର୍ଷରୁ ଉଗ୍ରବାଦୀ ମାନେ ଆକ୍ରମଣ କରୁଥିବା ବେଳେ କ୍ୟାମ୍ପ ଉପରେ ବୋମା ମାଡ଼ ମଧ୍ୟ କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ଆକ୍ରମଣକାରୀଙ୍କୁ ଖୋଜିବାରେ ଲାଗିଛନ୍ତି ଯବାନ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!