ରୁଷରୁ ଭାରତ ଆସୁଥିବା ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭।୪:ଲୋହିତ ସାଗରରେ ଭାରତ ଅଭିମୁଖେ ଆସୁଥିବା ଏକ ତୈଳବାହୀ ଜାହାଜଉପରେ ପୁଣି ଆକ୍ରମଣ ହୋଇଛି । ହୁତି ବିଦ୍ରୋହୀଙ୍କ ଆକ୍ରମଣରେ ଏହି ଜାହାଜ କ୍ଷତିଗ୍ରସ୍ତ ହେବା ସହ ସେଥିରେ ନିଆଁ ଲାଗିଯାଇଛି । ଜାହାଜଟିରେ ପାନାମାର ପତାକା ଲାଗିଥିବାବେଳେ ତାହା ରୁଷରୁ ଆସୁଥିଲା ।ଆକ୍ରମଣ ପରେ ତେଲ ଟ୍ୟାଙ୍କରରୁ ଧୂଆଁ ବାହାରୁଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଏପର୍ଯ୍ୟନ୍ତ କ୍ରୁ ମେମ୍ବରଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଅଧିକାରୀମାନେ କହିଛନ୍ତି ଯେ ଜାହାଜଟି ରୁଷିଆରୁ ଭାରତ ଅଭିମୁଖେ ଯାଉଥିଲା। ଏହି ସମୟରେ ୟେମେନର ହୁତିମାନେ ତାଙ୍କୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ତୈଳ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ତେବେ ଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯାଇ ବଡ଼ ଧରଣର କ୍ଷୟକ୍ଷତିକୁ ଏଡ଼ାଇ ଦିଆଯାଇଥିଲା। ଦୀର୍ଘ ଦିନ ପରେ ପୁଣି ଥରେ ଲୋହିତ ସାଗରରେ ୟେମେନର ହୁତିମାନେ ନିଜର ଆତଙ୍କ ଦେଖାଇବା ଆରମ୍ଭ କରିଛନ୍ତି। ଗତ କିଛି ଦିନ ହେବ ହୁତିମାନଙ୍କ ଆକ୍ରମଣ ବହୁ ମାତ୍ରାରେ ହ୍ରାସ ପାଇଥିଲା। କିନ୍ତୁ ଏବେ ସେ ପୁଣି ସକ୍ରିୟ ହେଉଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!