ନିର୍ବାଚନ କୁ ଦୃଷ୍ଟି ରେ ରଖି ଉମେରକୋଟ ଏସ୍ଡ଼ିପିଓଙ୍କ ତତ୍ଵାବଧାନ ରେ ମାଓ ପ୍ରବଣ ଅଂଚଳରେ ଫ୍ଲାଗ ମାର୍ଚ୍ଚ

  ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ,୨୮।୪:-ଉମେରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଛି ସୀମାନ୍ତ ଅଂଚଳ ପ୍ରବଳ ମାଓ ପ୍ରବଣ ଅଂଚଳ ଭାବେ ଜଣା ଶୁଣା ବିଗତ ଦିନ ରେ ମାଓବାଦୀ ମାନେ ସୀମାନ୍ତ ର ଏକ ଥାନା କୁ ଟାର୍ଗେଟ କରି ବୋମା ସାହାଯ୍ୟ ରେ ସମ୍ପୂର୍ଣ ଉଡାଇଦେଇଥିଲେ ସମ୍ପୂର୍ଣ ଭାବେ ଘନ ଜଙ୍ଗଲ ରେ ପରିପୂର୍ଣ ତଥା ପଡୋଶୀ ରାଜ୍ୟ ର ସୀମାନ୍ତ ସହ ଲାଗି ରହି ଥିବାରୁ ମାଓ ବାଦୀ ଙ୍କ ଚଳ ଚଞ୍ଚଳ ଏହି ଅଞ୍ଚଳ ରେ ରହି ଆସୁଅଛି ଆସନ୍ତା ଦିନ ରେ ରାଜ୍ୟରେ ସାଧାରଣ ନିର୍ବାଚନ ଲାଗି ନବରଙ୍ଗପୁର ଏସପି ରୋହିତ ବର୍ମା ଙ୍କ ନିର୍ଦେଶ କ୍ରମେ ଉମେରକୋଟ ଏସ୍ଡ଼ିପିଓ ମଧୁ ଶିକ୍ତା ମିଶ୍ର ଙ୍କ ତତ୍ଵାବଧାନ ରେ କୁନ୍ଦେଇ ଥାନା iic ପ୍ରଶାନ୍ତ କୁମାର ସେଠି ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ଓ ସି ଆର ପି ଏଫ ଅସସିଷ୍ଟାଣ୍ଟ କୋମାଣ୍ଡେଣ୍ଟ ମିଥିଳେଶ କୁମାର, ସବ ଇନେ୍ସ୍ପେକଟର କେ ଏସ ମାଥିଉ ଓ ତାଙ୍କ ଏକ ପ୍ଲାଟୁନ ଯବାନ ଙ୍କ ମିଳିତ ଉଦ୍ୟମରେ ରାଇଘର ବି ଡି ଓ ଲକ୍ଷୀ ସାଗର ମାଝୀ ଓ ରାଇଘର ଏଡିସନାଲ ତହସିଲଦାର ସିମାଞ୍ଚଳ ପାତ୍ର ଙ୍କ ଉପସ୍ଥିତି ରେ ସୀମାନ୍ତ ଖୁଡୁକୁ ପଂଚାୟତ ର ଅତି ସମ୍ବେଦନଶୀଳ ଅଂଚଳ ମାନଙ୍କ ତଥା ମୁଖ୍ୟ ପଂଚାୟତ ରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା ଫଳସ୍ୱରୂପ ସାଧାରଣ ଜନତା ଙ୍କୁ ପୋଲିସ ଉପରେ ବିଶ୍ୱାସ ହେବା ସହ ପୋଲିସ ତାଙ୍କ ସାଙ୍ଗରେ ଅଛନ୍ତି ଏବଂ ନିର୍ଭିକ ଭାବରେ ଅଞ୍ଚଳ ରେ ଜୀବନ ଜାପନ ସହ ଯେକୌଣସି ମୁହୁର୍ତରେ ପୋଲିସ ର ସହାୟତା ଉପଲବ୍ଧ ରହିବ ବୋଲି ଏସ୍ଡ଼ିପିଓ ଅଞ୍ଚଳ ବାସୀ ଙ୍କୁ ଆଶ୍ୱାସ୍ଥ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!