କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ହେଲେ ଯୁବପିଡି

 

ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ,୨୮।୪:-ଡାବୁଗାଁ ବ୍ଳକ ସଦର ମହକୂମା ଜୟନ୍ତୀନଗର ରୁ ଦୁଇ ଜଣ ଯୁବକ କଂଗ୍ରେସ ଦଳ ଛାଡ଼ି ବିଜେଡି ଦଳ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସ୍ଵଇଚ୍ଛାରେ ମିଶିଛନ୍ତି l ସେ ଦୁଇ ଜଣ ହେଲେ କଂଗ୍ରେସ ର ବହୁଦିନର କର୍ମୀ ବୁଟୁ ଜେନା ଓ ରିଣ୍ଟୁ ଜେନା l ସେ ଆଜି ବିଜେଡି ଦଳୀୟ କାର୍ଯ୍ୟାଳୟରେ ଆସି ବ୍ଳକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ଉପଦେଷ୍ଟା ମଳୟ ବିଶୋୟୀ ଓ କୈଳାଶ ବିଶୋୟୀ, ଜିଲ୍ଲା ପରିଷଦ ସଭ୍ଯ ଗୁପ୍ତ ବିଶୋୟୀ,ପି ନାଗା ରାଓ, ଏମ୍ ବାସୀ ରାଓ, ଜୀ ରାଜ ଶେଖର ରାଓ (ପେଦା ବାବୁ) ପ୍ରମୂଖଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସାମିଲ ହୋଇ ଥିବାରୁ ଦଳୀୟ ଉତ୍ତରୀ ଦେଇ ସ୍ଵାଗତ କରିଥିଲେ l ସେ ଦୁହେଁ ଉକ୍ତ ଦଳ ରେ ମିଶି ଥିବାରୁ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ l ଜୟ ବିଜେଡି, ଜୟ ନବୀନ,ଜୟ ଶଙ୍ଖ ଧ୍ବନିରେ କାର୍ଯ୍ୟାଳୟ ପ୍ରକମ୍ପିତ ହୋଇ ଉଠିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!