କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର

ଢେଙ୍କାନାଳ,,୨୯ା୪ :  କାମାକ୍ଷାନଗରର କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର। ଏନକାଉଣ୍ଟରରେ ଗୁରୁତର ସୁବାସକୁ ପ୍ରଥମେ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ କଟକ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସୁବାସ ଖୁଣ୍ଟାପଶି -ଗୁଣ୍ଡିଚାନାଳୀ ଜଙ୍ଗରରେ ଥିବା କାମାକ୍ଷାନଗର ପୁଲିସ ଖବର ପାଇଥିଲା। ଯାହା ପରେ ପୁଲିସ ଭୋର ପ୍ରାୟ ୪ ଟା ସମୟରେ ସେହି ସ୍ଥାନକୁ ଯାଇ ଚଢାଉ କରିଥିଲା। ପୁଲିସକୁ ଦେଖି ସୁବାସ ଓ ତାର ସହଯୋଗୀ ଖସି ଯିବାକୁ ଉଦ୍ୟମ କରିବା ସହ ପୁଲିସ ଉପରକୁ ବୋମା ପକାଇବା ସହ ଗୁଳି ଚଳାଇଥିଲେ। ଯାହା ପରେ ପୁଲିସ ମଧ୍ୟ ଗୁଳି ଚଳାଇଥିଲା। ପୁଲିସର ଗୁଳି କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆର ଡାହାଣ ଗୋଡରେ ବାଜିଥିଲା। ହେଲେ ସୁବାସର ସହଯୋଗୀ ପୁଲିସକୁ ଚକମା ଦେଇ ଖସି ଯାଇଥିଲା। ପୁଲିସ ସୁବାସକୁ ଗୁରୁତର ଭାବେ ଉଦ୍ଧାର କରି କାମାକ୍ଷାନଗର ହସ୍ପିଟାଲ ପରେ କଟକ ସ୍ଥାନାନ୍ତର କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!