ମଝି ସମୁଦ୍ରରୁ ଧରାପଡିଲା ୬୦୨ କୋଟିର ଡ୍ରଗ୍ସ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ ଗିରଫ କରିଛି। ଜବତ ଡ୍ରଗ୍ସର ମୂଲ୍ୟ ୬୦୦ କୋଟି ଟଙ୍କା। ଏଟିଏସ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସହିତ କୋଷ୍ଟଗାର୍ଡ ଆରବ ସାଗରରେ ଏହି ଅପରେଶନ କରିଥିଲେ। ତେବେ ପାକିସ୍ତାନୀ ଡଙ୍ଗାରୁ କିପରି ଡ୍ରଗ୍ସ ଜବତ କରାଯାଇଛି ତାହା କୋଷ୍ଟଗାର୍ଡ ଏପର୍ଯ୍ୟନ୍ତ ପ୍ରକାଶ କରି ନାହିଁ।ଗୁଇନ୍ଦା ସୂଚନା ଆଧାରରେ ଇଣ୍ଡିଆନ୍‌ କୋଷ୍ଟ ଗାର୍ଡ ସମୁଦ୍ରରେ ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା। ଅପରେସନ୍ ସମୟରେ ଗିରଫଦାରୀରୁ ବଞ୍ଚିବା ପାଇଁ ମଝି ସମୁଦ୍ରରେ ପାକିସ୍ତାନୀ ନାଗରିକମାନେ ଏଟିଏସ୍ ଅଧିକାରୀଙ୍କ ଉପରେ ନିଜର ଡଙ୍ଗା ଚଢାଇ ମାରିବାକୁ ଉଦ୍ୟମ କରିଥିଲେ। ଏହାର ଜବାବରେ ପୁଲିସକୁ ଗୁଳିମାଡ଼ କରିବାକୁ ପଡିଥିଲା। ଏହାପରେ ସନ୍ଦିଗ୍ଧମାନେ ପୁଲିସ ହାତରେ ଧରା ପଡିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!