ରାଜ୍ୟର ପ୍ରତି ଜିଲ୍ଲାରେ ଖୋଲିବ ଲୋକନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର,୨୮।୪ : ଲୋକନୃତ୍ୟ ହେଉଛି ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ।ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ରାଜ୍ୟର ୩ଟି ଜିଲ୍ଲାରେ ଖୋଲିବ ଲୋକନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର। ଏଥିପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏହାଦ୍ୱାରା ଜିଲ୍ଲାର ୩୦ଜଣ କଳାକାର ବର୍ଷତମାମ ପ୍ରଶିକ୍ଷଣ ପାଇବେ। ୨ଜଣ ଦକ୍ଷ ଗୁରୁ ସେମାନଙ୍କୁ ପ୍ରଶିକ୍ଷଣ ଦେବେ। ଏଥିପାଇଁ ସରକାର ଆର୍ଥିକ ସହାୟତା ଯୋଗାଇଦେବେ। ଫଳରେ ସେହି ଜିଲ୍ଲାର କଳାକାରମାନେ ଆର୍ଥିକ ସହାୟତା ପାଇବା ସହ ଉକ୍ତ କଳାକୁ ଆପଣେଇବା ପାଇଁ ସେମାନଙ୍କ ମଧ୍ୟରେ ଇଚ୍ଛାଶକ୍ତି ବୃଦ୍ଧି ପାଇବ। ଆଗାମୀ ଦିନରେ ନୂତନ ପିଢ଼ି ନିଜକୁ ଏ ଦିଗରେ ପ୍ରସ୍ତୁତ କରାଇ ପାରିବେ। ହଜି ଯାଉଥିବା ଲୋକକଳା ଓ ଲୋକନୃତ୍ୟର ପୁନରୁଦ୍ଧାର ନିମନ୍ତେ ଏକାଡେମୀ ପକ୍ଷରୁ ଏହି ଯୋଜନା କରାଯାଇଛି।ଚଳିତ ଆର୍ଥିକ ବର୍ଷରେ କୋରାପୁଟ, ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ଲୋକନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବ । ଆଗାମୀ ଦିନରେ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ଟି ଆର୍ଟ ଫର୍ମକୁ ନେଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବା ନେଇ ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ଲୋକକଳା କିଭଳି ଉକ୍ତ ଜିଲ୍ଲାର ପରିଚୟ ପାଲଟିବ ସେଥିପାଇଁ ଏକାଡେମୀ ପକ୍ଷରୁ ଉଦ୍ୟମ କରାଯାଉଥିବା ଏକାଡେମୀର ସଚିବ ସୂଚନା ଦେଇଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!