ଚେକିଂ ବେଳେ ରାଜଧାନୀରୁ ଜବତ ହେଲା ୩ ଲକ୍ଷ ୬୦ ହଜାର

ଭୁବନେଶ୍ୱର,୨୮ା୪: ରାଜଧାନୀରୁ ଚେକିଂ ବେଳେ ମିଳିଲା ପୂଳାପୂଳା ଟଙ୍କା। କାରରୁ ମିଳିଲା ୩ ଲକ୍ଷ ୬୦ ହଜାର ଟଙ୍କା। ଟଙ୍କା ନେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅମ୍ଲଳାନ ଯୋତି ପ୍ରକାଶ ସିଂ। ସେ ଏକ ପାଣି ପାଉଚ କମ୍ପାନୀର ମାଲିକ। ତାଙ୍କ ଘର ହେଉଛି ଚନ୍ଦକା।ଲକ୍ଷାଧିକ ଟଙ୍କା ଗାଡ଼ିରୁ ଜବତ ହୋଇଛି।  ଗତକାଲି ରାତିରେ ବ୍ଲକିଂ କରି ପୋଲିସ ଯାଞ୍ଚ କରିବା ବେଳେ ଗୋଟିଏ କାରରୁ ପୁଳା ପୁଳା ଟଙ୍କା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟଙ୍କା ସହ ଗାଡ଼ିକୁ ଜବତ କରିବା ସହ ଅଧିକ ଖୋଳତାଡ ଚଳାଇଛି |ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଓମ୍ଫେଡ଼ ଛକ ନିକଟରେ ଚେକିଂ ଚାଲିଥିବା ବେଳେ ଗାଡ଼ିରୁ ଜବତ ହୋଇଛି ୩ ଲକ୍ଷ ୬୦ ହଜାର ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପୁଲିସ ଏହି ଟଙ୍କା ସହ ଗାଡ଼ିକୁ ଜବତ କରିଛି। ପ୍ରକୃତରେ କାହାର ଏହି ଟଙ୍କା? କୁଆଡ଼େ ଯାଉଥିଲା ? ଟଙ୍କାର ଉତ୍ସ କ’ଣ ? କ’ଣ ପାଇଁ କାରରେ ଏତେ ପରିମାଣର ଟଙ୍କା ନିଆଯାଉଥିଲା ? ଟଙ୍କା ନେଇ ଯାଇଥିବା ବ୍ୟକ୍ତି ଏହାର କୌଣସି ସନ୍ତୋଷଜନକ ଉତ୍ତର ପୁଲିସକୁ ଦେଇ ପାରି ନଥିଲେ। ସେଥି ପାଇଁ ପୁଲିସ ଏ ଟଙ୍କାଙ୍କୁ ଜବତ କରି ଚନ୍ଦ୍ରଶେଖରପୁର ଥାନାରେ ରଖିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!