ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ,୧୦ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୯।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମଲହରୀ ଜାରି ରହିଛି । ପ୍ରତିଦିନ ଅଧିକାଂଶ ସହରର ତାପମାତ୍ରା ୪୦ ଉପରେ ରହୁଥିବା ବେଳେ ସକାଳ ୯ଟା ପରେ ବାହାରକୁ ବାହାରିବା ଅସମ୍ଭବ ହୋଇ ପଡ଼ଇଛି । ତେବେ ବର୍ତ୍ତମାନ ଏହି ଗୀଷ୍ମପ୍ରବାହ ଆଗକୁ ମଧ୍ୟ ଜାରି ରହିବ ବୋଲି ପାରିପାଗ ବିଭାଗ ସତର୍କ କରାଇଛି । ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ୧୦ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ସମେତ ଅନୁଗୁଳ ଏବଂ କଟକ ଜିଲ୍ଲାକୁ ମଧ୍ୟ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ ଏବଂ ବୌଦ୍ଧ ଜିଲ୍ଲା ପାଇଁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।ଆଜି ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି। ଆଜି ୪ ସହର ୪୪ ଉପରେ ରହିଛି। ୪୪.୮ ଡିଗ୍ରୀ ସହ ବାରିପଦା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହ ପାଲଟିଛି। ଅନୁଗୁଳ ୪୪.୩, ବୌଦ୍ଧ ୪୪.୧, ତାଳଚେର ୪୪ ଡିଗ୍ରୀ ରେକର୍ଡ। ଟିଟିଲାଗଡ଼ ୪୩.୫ ଏବଂ ଢେଙ୍କାନାଳ ୪୩.୩ ରେକର୍ଡ କରାଯାଇଛି। ସେହିପରି ନୟାଗଡ଼, ମାଲକାନଗିରି, ବଲାଙ୍ଗିର, କେନ୍ଦୁଝର ଓ ନୂଆପଡ଼ା ୪୩ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କଟକ ୪୨.୫ ଏବଂ ଭୁବନେଶ୍ବର ୪୧.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!