ଭୁବନେଶ୍ବରରୁ ୫ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର,୨୯।୪: ପଣ୍ଡ ହେଲା ଡକାୟତ ଯୋଜନା । ୫ ଡକାୟତ ଗିରଫ  । ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ମଞ୍ଚେଶ୍ବର ଥାନା ପୁଲିସ। ୫ ଡକାୟତକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ।  ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଦୁଇଟି ଛୁରି, ଗୋଟିଏ ଭୁଜାଲି ସହ ଲୁହା ରଡ ଜବତ କରିଛି ପୋଲିସ ।ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବାହାର ରାଜ୍ୟରୁ ମାଲ ନେଇ ଆସୁଥିବା ଟ୍ରକକୁ କରୁଥିଲେ ଟାର୍ଗେଟ । ଏମାନଙ୍କ ନାଁରେ ରାଜଧାନୀର ଅନେକ ଥାନାରେ ରହିଚି ଅପରାଧିକ ମାମଲା । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯୋନ୍ ୫ ଏସିପି ଗୌତମ କିଷାନ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!