ବାଲେଶ୍ୱରରେ ଅଗ୍ନିବର୍ଷା, ୪୬ ଡ଼ିଗ୍ରୀ ଛୁଇଁଲା ତାତି

ଭୁବନେଶ୍ୱର,୩୦।୪:  ତାତିରେ ଛଟପଟ ରାଜ୍ୟବାସୀ। ରାଜ୍ୟରେ ଚଳିତ ବର୍ଷର ପ୍ରଥମ ଥର ତାପମାତ୍ରା ଡେଇଁଲା ୪୬ ଡିଗ୍ରୀ। ଆଜି  ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୬ ଡ଼ିଗ୍ରୀ ଛୁଇଁଛି ତାତି।  ବାଲେଶ୍ୱରର ତାପମାତ୍ରା ସର୍ବୋଚ୍ଚ ରହିଛ। ବାଲେଶ୍ୱରରେ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ରାଜଧାନୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଡ଼ିଗ୍ରୀ ଅତିକ୍ରମ କରିଛି ତାତି। ଆଜି ବାଲେଶ୍ୱର ରେକର୍ଡ ହୋଇଥିବା ୪୬ ଡିଗ୍ରୀ ହେଉଛି ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ। ଏହା ପୂର୍ବରୁ ୨୦ ଅପ୍ରେଲ ୨୦୧୦ ରେ ୪୫ ଡ଼ିଗ୍ରୀ ରେକର୍ଡ ହୋଇଥିଲା । ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଆହୁରି ୩ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!