ନିର୍ବାଚନ ପୂର୍ବରୁ କାହିଁକି କେଜ୍ରିୱାଲଙ୍କୁ ଗିରଫ କଲ?:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜର ଗିରଫଦାରୀ ବିରୋଧରେ କରିଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ କୋର୍ଟ ଅବକାରୀ ଦୁର୍ନୀତିର ତଦନ୍ତ ମାମଲାରେ କେଜରିଓ୍ବାଲଙ୍କୁ ଗିରଫ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉପରେ ବର୍ଷିଛନ୍ତି। ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ କାହିଁକି ଗିରଫ କରାଗଲା ବୋଲି କୋର୍ଟ ଇଡିକୁ ପ୍ରଶ୍ନ କରିଛନ୍ତି। ଆସନ୍ତା ଶୁକ୍ରବାର ଇଡି ଏହାର ଜବାବ ରଖିବ। : ଏହାପୂର୍ବରୁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଗିରଫଦାରୀ ବିରୋଧରେ ଆବେଦନ କରିଥିଲେ। ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଗିରଫ କରାଯାଇଥିବା ସେ ଯୁକ୍ତି ରଖିଥିଲେ।ହେଲେ ଏହି ଯୁକ୍ତିକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରି ନଥିଲେ। ଇଡି କଥାରେ ଏକମତ ହୋଇ ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ହେଲେ ଏବେ ସର୍ବୋଚ୍ଚ ଅଦାଲତ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ଓ ଇଡିକୁ ଜବାବ ଦାଖଲ କରିବାକୁ କହିଛନ୍ତି।ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନା ଆଜି ଇଡିକୁ କହିଛନ୍ତି ଯେ ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନ୍ୟାୟିକ ପ୍ରକ୍ରିୟାରେ ନ ଯାଇ ସିଧା ଅପରାଧିକ ପ୍ରୋସେଡିଂ ଆପଣାଇଛି କି? କାହିଁକି ଗିରଫଦାରୀର ସମୟକୁ ନେଇ ପ୍ରଶ୍ନ ଉଠିଛି? ଏହି ମାମଲାରେ ଏଯାଏ କୌଣସି ଦସ୍ତାବିଜ ବା ଜିନିଷ ଜବତ କରାଯାଇ ନଥିଲା।ଯଦି ଏପରି ହୋଇଛି, ତା’ହେଲେ କେଜ୍ରିୱାଲ ଏଥିରେ କେମିତି ସାମିଲ ଅଛନ୍ତି, ତା’କୁ ଉପସ୍ଥାପନ କରନ୍ତୁ। ଆପଣ ଆମକୁ କୁହନ୍ତୁ ଯେ ସାଧାରଣ ନିର୍ବାଚନ ପୂର୍ବରୁ କାହିଁକି ଗିରଫଦାରୀ କରାଗଲା? ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସଂସ୍ଥା ପ୍ରମାଣ ପାଇଥିବା ଦାବି କରିଛି। କିନ୍ତୁ କେଜ୍ରିୱାଲଙ୍କ ମାମଲାରେ କିଛି ବି ସାମ୍ନାକୁ ଅଣାଯାଇ ନାହିଁ। ତେଣୁ ଆପଣ ପ୍ରମାଣ ଦେଖାନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!