ଆତଙ୍କବାଦୀ ଗୋଲ୍ଡି ବରାଡକୁ ହତ୍ୟା

ନୂଆଦିଲ୍ଲୀ,୨।୫: ମୋଷ୍ଟ ୱାଣ୍ଟେଡ, ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ କିଛି ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା । ଭାରତରୁ ଆମେରିକା ଯାଏଁ ପୁଲିସ ଓ ଅନ୍ତର୍ଜାତୀୟ ଏଜେନ୍ସିକୁ ନାକେଦମ୍‌‌ କରିଥିବା ଗୋଲ୍ଡି ବ୍ରାରକୁ ଦିନ ଦ୍ୱିପ୍ରହରରେ ଆମେରିକାର ଫେୟାର୍‌‌ ମୋଣ୍ଟରେ ଗୁଳି କରି ହତ୍ୟା କରାଯାଇଥିବା ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ଗୋଲ୍ଡି ବ୍ରାର। ବହୁ ଅପରାଧ ମାମଲାରେ ସାମିଲ ଥିବା ଗୋଲ୍ଡିକୁ ଭାରତ ସରକାର ପୂର୍ବରୁ ଆତଙ୍କବାଦୀ ଘୋଷଣା କରିଥିଲେ। ବିଦେଶରେ ରହି ନିଜର ଅପରାଧ ନେଟୱାର୍କ ପରିଚାଳନା କରୁଥିଲା ଗୋଲ୍ଡି ।ଗୋଲଡି ବରାଡ୍ ହେଉଛି । ସେହି ଅଭିଯୁକ୍ତ ଯିଏ ପଞ୍ଜାବୀ ରାପର୍ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା, ଗୋଲଡି ହେଉଛି ସେହି ଅପରାଧୀ ଯିଏ ଆମେରିକାରେ ବସି ସଲମାନ ଖାନଙ୍କ ଘର ଉପରକୁ ଗୁଳି ମାଡ଼ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା, ଗୋଲଡି ହେଉଛି ସିଏ ଯିଏ ଆମେରିକାରେ ରହି ଭାରତରେ ଚଲାଇଥିଲା ଗ୍ୟାଙ୍ଗ୍। ଗ୍ୟାଙ୍ଗଷ୍ଟର୍ ଲରେନସ ବିଷ୍ଣୋୟୀର ବେଶ୍ ନିକଟତର ଓ ଆମେରିକାରେ ଗୋଲଡି ହିଁ ସମ୍ବାଳୁଥିଲା ବିଷ୍ଣୋୟୀ ଗ୍ୟାଙ୍ଗ।
ଆମେରିକାରେ ବସି ଭାରତରେ ଗ୍ୟାଙ୍ଗ ଚଲାଉଥିବା ବେଳେ ସଲମାନ ଖାନଙ୍କ ଘର ଉପରକୁ ଗୁଳି ମାଡ କରିବାକୁ ଯୋଜନା କରୁଥିଲା । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋୟୀର ବେଶ ନିକଟର ଥିଲା ଗୋଲ୍ଡି ବ୍ରାର। ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଏହି ହତ୍ୟାକାଣ୍ଡ ପଛରେ ଖଲିସ୍ତାନୀ ଗ୍ରୁପର ସଂପୃକ୍ତି ଥିବା କୁହାଯାଉଛି। ତେବେ ଏଯାଏଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ହତ୍ୟାକାଣ୍ଡକୁ ନେଇ କୌଣସି ପ୍ରକାର ସୂଚନା ଦିଆଯାଇନାହିଁ।
ସେପଟେ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ ଘଟଣାର ଅଭିଯୁକ୍ତ ଅନୁଜ ଥପନ ଜେଲରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଗୁଳିମାଡ ଘଟଣାରେ ବନ୍ଧୁକ ଯୋଗାଇଥିବା ଅଭିଯୋଗରେ ଗିରଫ ହୋଇ ଅନୁଜ ମୁମ୍ବାଇ ଜେଲରେ ଥିଲା। ବୁଧବାର ଜେଲର ବାଥରୁମରେ ସେ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!