ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ଅଗ୍ନିକାଣ୍ଡରେ ୧୦ ଶ୍ରମିକ ଅର୍ଦ୍ଧଦଗ୍ଧ

କେନ୍ଦୁଝର୨।୫: କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ । ସ୍ଥାନୀୟ ରୁଗୁଡ଼ି ସ୍ଥିତ କେ.ଜେ.ଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ଏହି ଭୟଙ୍କର ବିସ୍ଫୋରଣ ଘଟିଯାଇଛି । ଫର୍ଣ୍ଣେସ ବଲାଷ୍ଟ ହେବା ଯୋଗୁଁ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ବିସ୍ଫୋରଣରେ ୧୦ ଜଣ ଶ୍ରମିକ ଅର୍ଦ୍ଧଦଗ୍ଧ ହୋଇଥିବା ଜାଣିବାକୁ ମିଳିଛି । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଏମାନଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!