ଭୁବନେଶ୍ୱର,୨।୫:ପ୍ରକାଶ ପାଇଲା ନିଟ୍ ୟୁଜି ଆଡମିଟ୍ କାର୍ଡ ୨୦୨୪। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଗୁରୁବାର ଏହାର ଅଫିସିଆଲ ୱେବସାଇଟରେ ନିଟ୍ ୟୁଜି ୨୦୨୪ ଆଡମିଟ୍ କାର୍ଡ ଜାରି କରିଛି। ପରୀକ୍ଷାର୍ଥୀ ମାନେ neet.ntaonline.in ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ। ନିଟ୍ ୟୁଜି ୨୦୨୪ ପରୀକ୍ଷା ମେ’ ୫ ତାରିଖ ଅପରାହ୍ନ ୨ଟାରୁ ୫ଟା ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆବେଦନ ନମ୍ବର, ଜନ୍ମ ତାରିଖ ଏବଂ ଅନ୍ୟାନ୍ୟ ବିବରଣୀ ପୁରାଣ କରିବା ପରେ ପରୀକ୍ଷାର୍ଥୀମାନେ ନିଟ୍ ୟୁଜି ୨୦୨୪ ହଲ୍ ଟିକେଟ୍ ଡାଉନଲୋଡ୍ କରିପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |