ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨।୫ :-ଆଜି ଡାବୁଗାଁ ବିଜେପି କାର୍ଯ୍ୟାଳୟରେ ରାଜ୍ୟସଭା ସାଂସଦ ତଥା ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଙ୍କୁ ସ୍ବାଗତ କରା ଯାଇଛି। ସେ ଏହି ଅବସରରେ ଅନୁଷ୍ଠିତ ବୈଠକରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ର କାର୍ଯ୍ୟକର୍ତ୍ତା ମାନଙ୍କୁ ସଂଵୋଧନ କରିଥିଲେ। ବୈଠକରେ ଡାବୁଗାଁ ବିଜେପି ବିଧାୟକ ପ୍ରାର୍ଥୀ ସୋମନାଥ ପୂଜାରୀ ଏବଂ ଅନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ଆସନ୍ତୁ ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ କୁ ଲକ୍ଷ୍ୟ କରି କାର୍ଯ୍ୟକର୍ତ୍ତା ମାନଙ୍କୁ ଦୃଢ଼ ରହିବା ପାଇଁ ମଞ୍ଚାସିନ ବ୍ୟକ୍ତିମାନେ ଉଦବୋଧନ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |