ଭୁବନେଶ୍ୱର,୩।୫:ତରଭୁଜକୁ ଲାଲ ଓ ମିଠା କରିବାପାଇଁ ଇଞ୍ଜେକ୍ସନରେ ଦିଆଯାଉଛି ବିଷାକ୍ତ ରଙ୍ଗ । ଏହି ଫଳରେ ଅନେକ ଫାଇଦା ରହିଛି। ଏଥିରେ ୯୨% ପାଣି ଓ ୬% ଚିନି ଥାଏ । ଫାଇବରରେ ଭରପୂର ଥିବାରୁ ଖରାଦିନେ ତରଭୁଜ ଅଧିକ ଲାଭଦାୟକ ହୋଇଥାଏ କିନ୍ତୁ ଆଜିକାଲି ବଜାରକୁ ଆସିଛି ଏଭଳି ତରଭୁଜ, ଯେଉଁଥିରେ ଇଞ୍ଜେକ୍ସନ ଦ୍ୱାରା ଏହାର ରଙ୍ଗ ଲାଲ ହୋଇଯାଏ। ଏହି ପ୍ରକାର ତରଭୁଜକୁ ଚିହ୍ନିବା ବହୁତ କଷ୍ଟକର, କିନ୍ତୁ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ କ୍ଷତି ହୋଇପାରେ। ବିଶେଷଜ୍ଞଙ୍କ ମତରେ ତରଭୁଜକୁ ଅଧିକ ଲାଲ କରିବା ପାଇଁ ଇଞ୍ଜେକ୍ସନ ଦିଆଯାଏ। ଏହାଦ୍ୱାରା ଏହି ତରଭୁଜ ବିଷାକ୍ତ ହୋଇଯାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |