ଦୁର୍ଘଟଣାରେ ଡାବୁଗାଁର ପୂର୍ବତନ ତହସିଲଦାର ଦମ୍ପତିଙ୍କ ମୃତ୍ୟୁ

  ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୩।୫:ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ପୂର୍ବତନ ତହସିଲଦାର ସୁବାଷ ଚନ୍ଦ୍ର ସିଂ ଓ ତାଙ୍କ ଧର୍ମପତ୍ନୀ ନଳିନୀ ନାୟକ ଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି l ଏଭଳି ଦୁଃଖଦ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଡାବୁଗାଁ ତହସିଲ ର ସମସ୍ତ କର୍ମଚାରୀ, ଓକିଲ ଏବଂ ଗ୍ରାମବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି l ସୂଚନା ଅନୁସାରେ ଆନ୍ଧ୍ର ପ୍ରଦେଶ ରେ ପାଠ ପଢୁଥିବା ନିଜର ଏକ ମାତ୍ର ଝିଅକୁ ବ୍ରହ୍ମପୁର ଛାଡିବାକୁ ଗତ ବୁଧବାର ସକାଳେ ଶ୍ରୀ ସିଂ ନିଜ ସ୍ତ୍ରୀ ତଥା ରାଇକିଆରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ନାୟକ ସହ ଏକ ସ୍କର୍ପିଓ ଗାଡିରେ ନିଜଘର ରାଇକିଆ ରୁ ବ୍ରହ୍ମପୁର ଯାଇଥିଲେ l ବ୍ରହ୍ମପୁର ରୁ ରାଇକିଆ ଫେରିବା ସମୟରେ ରାଇକିଆ ସହରରେ ସ୍କର୍ପିଓ ଗାଡି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା l ଫଳରେ ସ୍ଵାମୀ ସ୍ତ୍ରୀ ଦୁହେଁ ଗୁରୁତର ହୋଇ ଥିବାରୁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା l ଅବସ୍ତା ଗୁରୁତର ଥିବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ସରକାରୀ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ l ତେବେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା l ପ୍ରକାଶ ଥାଉକି, ପୂର୍ବତନ ତହସିଲଦାର ସ୍ଵର୍ଗତ ଶ୍ରୀ ସିଂ ଡାବୁଗାଁ ରେ ଗତ ୧୦|୦୩|୨୦୧୯ ରୁ ୩୦|୦୬|୨୦୨୦ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ତହସିଲଦାର ରୂପେ କାର୍ଯ୍ୟ କରିଥିଲେ l ତାଙ୍କର କାର୍ଯ୍ୟକାଳ ସମୟରେ ସେ ବହୁ ସଂସ୍କାର ମୂଳକ କାର୍ଯ୍ୟ କରି ଅବହେଳିତ ହୋଇ ରହିଥିବା ତହସିଲ କାର୍ଯ୍ୟାଳୟର ନବୀକରଣ କାର୍ଯ୍ୟ ସହ ପାନୀୟ ଜଳ ର ବ୍ୟବସ୍ଥା, ତହସିଲ କଲୋନୀ ରେ ଅବହେଳିତ କ୍ୱାଟର ଗୁଡିକ ର ମରାମତି, ତହସିଲ କଲୋନୀ ରେ ଆଲୋକୀକରଣ ବ୍ୟବସ୍ଥା ସହ ରାସ୍ତା ନିର୍ମାଣ କରାଇଥିଲେ l ଗରୀବ ଓ ସାଧାରଣ ବର୍ଗ ଙ୍କ କୌଣସି ଅଭିଯୋଗ ଆସିଲେ ତୁରନ୍ତ ସମାଧାନ ଦିଗରେ କାର୍ଯ୍ୟ କରୁଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!