ଓଡ଼ିଶାରେ ପ୍ରଚାର କରିବେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ  ,୪।୫: ବିଜେଡି ଏବଂ ବିଜେପି ପରେ ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିଜେ ଓଡ଼ିଶାରେ ପ୍ରଚାର କରିବା ପାଇଁ ଦାୟିତ୍ୱ ନେଇଛନ୍ତି । ଏହି ତାଲିକାରେ ସୋନିଆଙ୍କ ସହ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ରହିଛନ୍ତି । ଏହାବ୍ୟତୀତ ନିରଞ୍ଜନ ପଟ୍ଟନାୟକ, ଗିରିଧର ଗମାଙ୍ଗ ଏବଂ ଜୟଦେବ ଜେନାଙ୍କ ଭଳି ନେତା ମଧ୍ୟ ସାମିଲ ରହିଛନ୍ତି |ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ କଂଗ୍ରେସ ପକ୍ଷରୁ ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହିତ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ରାଜ୍ୟ ପ୍ରଭାରୀ ଡାକ୍ତର ଅଜୟ କୁମାର, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ଥ ରେଡ୍ଡୀ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ସଚିନ ପାଇଲଟ, ଅଳକା ଲାମ୍ବା, କେନହୟା କୁମାର ଓ ମୀନାକ୍ଷର ନଟରାଜନ ପ୍ରମୁଖଙ୍କ ନାଁ ରହିଛି।ସେହିପରି ଏହି ତାଲିକରେ ଓଡ଼ିଶାରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, କିଶୋର ପଟେଲ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରଚନ୍ଦନ, ଡକ୍ଟର ଆର୍‌.ସି ଖୁଣ୍ଟିଆ, ଭକ୍ତ ଚରଣ ଦାସ, ସୁଶୀଲା ତିରିଆ, ଶ୍ରୀକାନ୍ତ ଜେନା, ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ବିଜୟ କୁମାର ପଟ୍ଟନାୟକ, ଶିବାନନ୍ଦ ରାୟ, ବିଶ୍ୱରଞ୍ଜନ ମହାନ୍ତି ଓ ଜୟରାମ ପାଙ୍ଗି ପ୍ରମୁଖଙ୍କ ନାଁ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!