ବୈଦେଶିକ ନୀତିରେ ଆସିବ ବଡ଼ ସଂସ୍କାର-ଜୟଶଙ୍କର

ଭୁବନେଶ୍ୱର,୪।୫:ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶୀକ ମନ୍ତ୍ରୀ ଏସ୍‌. ଜୟଶଙ୍କର। ଭୁବନେଶ୍ୱରରେ ଆୟୋଜିତ ସମ୍ପାଦକ ସମ୍ମିଳନୀରେ ସେ ଭାଗ ନେଇଥିଲେ। ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଜୟଶଙ୍କର କହିଛନ୍ତି, ଓଡ଼ିଶା ପ୍ରାକୃତିକ ସମ୍ପଦ ଓ ପ୍ରତିଭାରେ ଭରପୂର ରହିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିରେ ବୈଦେଶିକ ନୀତିରେ ବଡ଼ ସଂସ୍କାର ଆସିବ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ଏଡିଟର୍ସ ମିଟରେ ଏକଥା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ଏଥିରେ ବିଭିନ୍ନ ଗଣମାଧ୍ୟମର ସମ୍ପାଦକମାନେ ସାମିଲ୍ ହୋଇଥିଲେ । ଜୟଶଙ୍କର କହିଛନ୍ତି, କାନାଡା ପ୍ରଧାନମନ୍ତ୍ରୀ ତାଙ୍କ ଭୋଟ ବ୍ୟାଙ୍କ ପାଇଁ ଭାରତକୁ ଦୋଷ ଦେଉଛନ୍ତି ।ଭାରତ ପାଇଁ କାନାଡାରେ ଚାଲିଛି ପଲିଟିକାଲ୍ ଗେମ୍ । କାନାଡା ସରକାର ଆମକୁ ଦୋଷ ଦେଉଛନ୍ତି, କିନ୍ତୁ ପ୍ରମାଣ ଦେଉ ନାହାନ୍ତି । ଗଲୱାନ ଘଟଣା ପରେ ଚୀନ୍ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ଜାରି ରହିଛି । ସୀମାରେ ପାଟ୍ରୋଲିଂ ଆବଶ୍ୟକ । କିନ୍ତୁ ଉଭୟ ପକ୍ଷ ପାଟ୍ରୋଲିଂ କରି ପାରୁ ନାହାନ୍ତି । ସେହିପରି ଜୟଶଙ୍କର କହିଛନ୍ତି, ଋଷ-ୟୁକ୍ରେନ୍ ଚାହୁଁଛନ୍ତି ଭାରତ ସେମାନଙ୍କ ଭିତରେ ମଧ୍ୟସ୍ଥତା କରୁ ।ଆମେ ବୈଦେଶିକ ନୀତି ସ୍ପଷ୍ଟ ଥିବାରୁ ଭାରତର ମଧ୍ୟସ୍ଥତା ଭଳି ଭୂମିକା ଚାହୁଁଛନ୍ତି । ସେହିପରି ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ବି ସୂଚନା ଦେଉଛନ୍ତି ଜୟଶଙ୍କର । ସେ କହିଛନ୍ତି, ବ୍ରିଟେନ ଆଇନ ବ୍ୟବସ୍ଥା ଯୋଗୁଁ ସେମାନଙ୍କର ପ୍ରତ୍ୟର୍ପଣ ବିଳମ୍ବ ହେଉଛି । ପ୍ରାକୃତିକ ସମ୍ପଦ ଭରପୁର ସତ୍ତ୍ୱେ ଓଡ଼ିଶା ପଛରେ ପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!