ଓଡ଼ିଶା ବସରୁ ମିଳିଲା ନଗଦ ୨.୪୦ କୋଟି ଟଙ୍କା

ଭୁବନେଶ୍ୱର,୪।୫: ହାଇଦ୍ରାବାଦରୁ ବିଶାଖାପାଟଣା ଯାଉଥିବା ଏକ ଘରୋଇ ଟ୍ରାଭେଲ ବସ୍‌କୁ ଯାଞ୍ଚ କରିବା ବେଳେ ପୁଲିସ୍‌ ନଗଦ ୨.୪୦ କୋଟି ଟଙ୍କା ଜବତ କରିଛି। ବସଟି ହାଇଦ୍ରାବାଦରୁ ବିଶାଖାପାଟଣା ଯାଉଥିଲେ ହେଁ ଏହା ନମ୍ବର ହେଉଛି OD 10 DW 4387। ଅର୍ଥାତ ବସ୍‌ଟି ଓଡ଼ିଶାରେ ପଞ୍ଜୀକରଣ ନମ୍ବରରେ ସେଠାରେ ସେବା ଯୋଗାଉ ଥିଲା। ଓଡ଼ିଶା ନମ୍ବର ଥିବା ବସ୍‌ରୁ ପୁଲିସ୍‌ ନଗଦ ଟଙ୍କା ଠାବ କରିଛି।ଦେବରାପଲ୍ଲୀ ସର୍କଲ ଇନ୍ସପେକ୍ଟର ପି. ବାଲା ସୁରେଶ କହିଛନ୍ତି ଯେ ନଗଦ ଟଙ୍କା ଦୁଇଟି ବ୍ୟାଗରେ ବସର ଲଗେଜ କ୍ୟାବିନ ରଖାଯାଇଥିଲା। ଏତେ ପରିମାଣର ନଗଦ ଟଙ୍କା ନେଇଯାଉଥିବା ବ୍ୟକ୍ତି ଜଣଙ୍କ ହେଲେ କୁର୍ନୁଲର ଆୟୁଲା ଚିନା ଚେନ୍ନାୟା। ସେ ଏତେ ପରିମାଣର ଟଙ୍କା ନେଇ ଯାଉଥିବା ବେଳେ ତା’ର ହିସାବ ଦେଇ ପାରି ନାହାନ୍ତି। ତେଣୁ ତାଙ୍କୁ ଗିରଫ କରାଯିବା ସହ ଟଙ୍କାକୁ ଜବତ କରାଯାଇଛି।ପଚରାଉଚରା ବେଳେ ଚେନ୍ନାୟା କହିଛନ୍ତି ଯେ ହାଇଦ୍ରାବାଦ ଠାରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କୁ ଭେଟିଥିଲେ। ଏହାପରେ ସେମାନେ ଏହି ଦୁଇଟି ବ୍ୟାଗକୁ ରାଜାମହେନ୍ଦ୍ରଭାରମ ଠାରେ ଜଣେ ବ୍ୟକ୍ତିଙ୍କୁ ଦେବା ପାଇଁ କହିଥିଲେ। ବାସ୍‌ ସେମାନଙ୍କ କଥାରେ ଚେନ୍ନାୟା ବ୍ୟାଗକୁ ବସ୍‌ର ଲଗେଜରେ ରଖି ଯାତ୍ରା କରୁଥିଲେ।ହେଲେ ପୁଲିସ୍‌ ତାଙ୍କ କଥାକୁ ବିଶ୍ୱାସ କରିପାରୁ ନାହିଁ। କୌଣସି ବେଆଇନ କାମ ପାଇଁ ଏତେ ପରିମାଣର ଟଙ୍କା ଚାଲାଣ କରାଯାଉଥିବା ପୁଲିସ୍‌ ସନ୍ଦେହ କରୁଛି। ଏବେ ଏହା ଉପରେ ଅଧିକ ତଦନ୍ତ କରାଯାଉଥିବା ବାଲା ସୁରେଶ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!