ଆନନ୍ଦପୁର,,୬।୫: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ସହ ଯାଇ ଆନନ୍ଦପୁର ଉପାଜିଲାପାଳଙ୍କ କାର୍ଯ୍ୟାଳୟରେ ସେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ସକାଳେ ଘଟଗାଁ ମା’ ତାରିଣୀଙ୍କ ପୀଠରେ ଶ୍ରୀ ପଟ୍ଟନାୟକ ପୂଜାର୍ଚ୍ଚନା କରିଥିଲେ। ଏହାପରେ ହଜାର ହଜାର ସମର୍ଥକଙ୍କ ସହ ସୌମ୍ୟରଞ୍ଜନ ପଟ୍ଟନାୟକ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ମା’ତାରିଣୀଙ୍କ ଆଶୀର୍ବାଦରେ ମୁଁ ଦଳୀୟ ପ୍ରାର୍ଥୀ ନହୋଇ ସ୍ବାଧୀନ ପ୍ରାର୍ଥୀ ହୋଇଛି। ଘସିପୁରା ଅଞ୍ଚଳର ଲୋକେ ଅତ୍ୟାଚାରିତ ହେଉଛନ୍ତି। ସେମାନଙ୍କୁ ଏହି ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ଏଠାକାର ଲୋକେ ମୋତେ ଅନୁରୋଧ କଲେ। ଆଜି ସେମାନଙ୍କ ଉତ୍ସାହ ଦେଖି ମୁଁ ଅଭିଭୂତ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |