ନବରଙ୍ଗପୁରରେ ପିଏମ ମୋଦିଙ୍କ ଜୋରଦାର ପ୍ରଚାର

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୬।୫-ନବରଙ୍ଗପୁରରେ ଜୋରଦାର ପ୍ରଚାର କରି ରାଜ୍ୟ ସରକାରକୁ ନିଶାନା ସାଧିଛନ୍ତି ପିଏମ ମୋଦି । ଓଡ଼ିଶାରେ ଏଥର ବିଜେଡି ଯିବ ବିଜେପି ଆସିବ। ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ମିଳିବ। ବିଜେଡି ୨୫ବର୍ଷ ମଧ୍ୟରେ ଆପଣଙ୍କ ସମସ୍ୟା ଦୂର କରିନି। ଆପଣଙ୍କ ଆଶୀର୍ବାଦରେ ଓଡ଼ିଶାରେ ପ୍ରଥମ କରି ଡବଲ ଇଞ୍ଜିନ ସରକାର ହେବ।
ବ୍ରହ୍ମପୁର ପରେ ନବରଙ୍ଗପୁରରେ ମଧ୍ୟ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋଦୀ। ଓଡ଼ିଶାରେ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ବାଢିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଜେପିର ବିଜୟରେ ଓଡ଼ିଶାକୁ ନୂଆ ଶକ୍ତି ଓ ନେତୃତ୍ୱ ମିଳିବ। ଓଡ଼ିଶାର ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ, କେହି ବାହାର ଲୋକ ନୁହେଁ। ଯିଏ ଓଡ଼ିଆ ଲୋକଙ୍କ ସମସ୍ୟା ଜାଣିଛି, ବୁଝିଛି, ସମାଧାନ ଜାଣିଛି, ଲୋକଙ୍କ ସହିତ ଜଡିତ ଅଛି, ବିଜେପି ସେମିତି ଜଣେ ଲୋକକୁ ମୁଖ୍ୟମନ୍ତ୍ରୀ କରିବ। ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି ନବରଙ୍ଗପୁର ସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥର ଲୋକସଭାର ସମସ୍ତ ୨୧ଟି ସିଟରେ ପଦ୍ମ ଫୁଟିବ ଏବଂ ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ଦେବାକୁ ଜନସାଧାରଣଙ୍କୁ ସମ୍ବୋଧନ ଦେଇ କହିଛନ୍ତି ମୋଦୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!