ମୟୂରଭଞ୍ଜ , ୭।୫:ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିନ୍ଧାଣିବସ୍ତିର ୨୦ରୁ ଉର୍ଦ୍ଧ୍ୱ ଘର ଜଳିଯିବା ସାଙ୍ଗକୁ ଘରେ ଥିବା ନଗଦ ଟଙ୍କାପଇସା, ଧାନଚାଉଳ, ଦରକାରୀ କାଗଜପତ୍ର ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡି ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡର ବିଳମ୍ବରେ ଅଗ୍ନିଶମଗାଡି ପହଞ୍ଚିବାକୁ ନେଇ ଗ୍ରାମରେ ଚାପାଉତ୍ତେଜନା ଦେଖାଦେଇଛି । ନିଆଁଲିଭାରେ ବଡ଼ସାହି ଓ ବେତନଟୀ ଦମକଳଗାଡି ନିୟୋଜିତ ହୋଇଛନ୍ତି ।ଆଜି ସକାଳେ ହଠାତ୍ ଜଣଙ୍କ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ନିଆଁରେ ୬୦ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଘରର ଆସବାବ ପତ୍ର ଓ ଅନ୍ୟ ଜିନିଷ ପତ୍ର ପୋଡ଼ି ନଷ୍ଟ ହୋଇଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |