୮ରେ ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ ଓ ବିଷ୍ଣୁ ଦେବ ସାଏ

ଭୁବନେଶ୍ୱର, ୭।୫:  ରାଜ୍ୟରେ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରଚାର କାର୍ଯ୍ୟ ।  । ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭବାନୀପାଟଣା ଓ ରାୟଗଡ଼ାରେ ଜନସଭାକୁ ସମ୍ବୋଧିତ କରିବେ। ସେହିପରି ନବରଙ୍ଗପୁର ଆସିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ। ରାୟପୁରରୁ ହେଲିକପଟରରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କୋଟପାଡ଼, ନବରଙ୍ଗପୁର ଓ ଉମରକୋଟ୍ ରେ ସଭା କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିବେ।ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ରାଜନାଥ ସିଂ ଭବାନୀପାଟଣା, ରାୟଗଡ଼ାରେ ସଭା କରିବେ । ଏଥିସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ନବରଙ୍ଗପୁର ଗସ୍ତରେ ଆସିବେ।ସେହିପରି ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆସିବେ। ନୀତିନ ଗଡ଼କରୀ ପୁରୀ ଓ କୃଷ୍ଣପ୍ରସାଦରେ ସମାବେଶରେ ଯୋଗଦେବେ। ହିମନ୍ତ ବିଶ୍ବଶର୍ମା ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ  ସଭା କରିବେ ବୋଲି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।।ଭୁବନେଶ୍ବରରେ ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ସୋ’ । ସେଦିନ ସନ୍ଧ୍ୟା ୬ଟାରୁ ଭୁବନେଶ୍ବରରେ ରୋଡ ସୋ’ କରିବେ ପିଏମ ମୋଦି । ମାଷ୍ଟରକ୍ୟାଣ୍ଟିନରୁ ରୋଡ ସୋ’ ବାହାରି ବାଣୀବିହାର ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶା ପାଇଁ ବିଜେପିର ୪୦ ଜଣିଆ ଷ୍ଟାର କ୍ୟାଂପେନର ତାଲିକା ପ୍ରକାଶ ପାଇଛି। ଡ୍ରିମ୍‌ଗାର୍ଲ ହେମାମାଳିନୀ ଓଡ଼ିଶାରେ ପ୍ରଚାର କରିବା ନେଇ ଚର୍ଚ୍ଚା ହେଉଛି। ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ହେମାମାଳିନୀ ସାମିଲ ହୋଇଛନ୍ତି।ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ହେମା ସାମିଲ ହୋଇଥିବା କୁହାଯାଉଛି। ବିଜେପିର ୪୦ ଜଣିଆ ଷ୍ଟାର କ୍ୟାଂପେନର ତାଲିକାରେ ହେମାମାଳିନୀଙ୍କ ନାଁ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!