ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ,ଜାମିନ ମିଳିଲା ନାହିଁ

ନୂଆଦିଲ୍ଲୀ,୭।୫: ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦୀର୍ଘ ସମୟ ଯାଏଁ ଶୁଣାଣି ଚାଲିଲା। କିନ୍ତୁ ଜାମିନ ମିଳିଲା ନାହିଁ । ଗିରଫଦାରୀକୁ ନେଇ ଇଡିକୁ ପ୍ରଶ୍ନ ପେର ପ୍ରଶ୍ନ ପଚାରିଥିଲେ କୋର୍ଟ। ଯୁକ୍ତିତର୍କ ମଧ୍ୟ ହୋଇଥିଲା। କିନ୍ତୁ କେଜ୍ରିଓ୍ୱାଲଙ୍କୁ ଜାମିନ ମିଳିନାହିଁ। ଭାବି ଚିନ୍ତି କହିବୁ କହି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଅନ୍ତରୀଣମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ୱାଲ ଇଡିର ଗିରଫଦାରୀକୁ ବିରୋଧ କରିବା ସହ ଅନ୍ତରୀଣ ଜାମିନ ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ତେବେ ଶୁଣାଣି ବେଳେ ଇଡି ଉପରେ ବର୍ଷିଥିଲେ କୋର୍ଟ। ଗିରଫଦାରୀକୁ ନେଇ ଅନେକ ପ୍ରଶ୍ନ କରିଥିଲେ। ସୁପ୍ରିମକୋର୍ଟରେ ଉଭୟ ପକ୍ଷ ଗୋଟିଏ ପରେ ଗୋଟିଏ ଦଲିଲ ରଖିଥିଲେ।ମିଳିଲାନି ଅନ୍ତରୀଣ ଜାମିନ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ମଙ୍ଗଳବାର ଶୁଣାଣି ହୋଇଥିଲା ସତ, କିନ୍ତୁ କୌଣସି ରାୟ ନଦେଇ ଉଠିଗଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଗୁରୁବାର କିମ୍ବା ଆସନ୍ତା ସପ୍ତାହରେ କେଜ୍ରିୱାଲଙ୍କ ଆବେଦନ ଉପରେ ରାୟ ଶୁଣାଇ ପାରନ୍ତି।ଇଡିର ଗିରଫଦାରୀକୁ ବିରୋଧ କରିବା ସହ ଅନ୍ତରୀଣ ଜାମିନ ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କେଜ୍ରିଓ୍ବାଲ। ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ତେବେ ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଉପରେ ବର୍ଷିଥିଲେ କୋର୍ଟ। ତାଙ୍କ ଗିରଫଦାରୀକୁ ନେଇ ଇଡିକୁ ଅନେକ ପ୍ରଶ୍ନ ମଧ୍ୟ କରିଥିଲେ। ସୁପ୍ରିମକୋର୍ଟରେ ଉଭୟ ପକ୍ଷ ଗୋଟିଏ ପରେ ଗୋଟିଏ ଦଲିଲ ରଖିଥିଲେ। କୋର୍ଟ କେଜ୍ରିଓ୍ୱାଲଙ୍କ ସପକ୍ଷରେ କିଛି କଥା କହିଥିଲେ ମଧ୍ୟ ତାଙ୍କ ଜାମିନ ଆବେଦନ ଉପରେ କିନ୍ତୁ କିଛି ରାୟ ଶୁଣାଇ ନାହାନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!