ମୈଦଲପୁର ବାଲିଯାତ୍ରାରେ ବେଆଇନ ଖୁଡ଼ ଖୁଡି ଖେଳ ଉପରେ ପୋଲିସର ଚଢାଉ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଠାରେ ବାଲିଯାତ୍ରା ଅନୁଷ୍ଠିତ ହେଲା।ଏହି ଅବସରେ ଗତକାଲି ରାତିରେ ବେଆଇନ ଖୁଡ଼ ଖୁଡି ଖେଳ ଚାଲିଥିଲା। କଣସି ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ଏସ ଡି ପିଓ ମୀନାକ୍ଷୀ ଠାକୁରଙ୍କ ନିର୍ଦ୍ଧେଶରେ ମୈଦଲପୁର ପୋଲିସ ଟିମ ରାତି 12 ଘଣ୍ଟା ସମୟରେ ଚଡାଉ କରି ଖୁଡ଼ ଖୁଡି ରେ ବ୍ୟବହାର ହେଉଥିବା ପାଲି,ଗୋଟି ଏଵଂ ପାଖରେ ରେ ବିକ୍ରି ହେଉ ଥିବା ଦେଶୀ ମଦ ଜବତ କରିଥିଲେ।ଏଵଂ କିଛି ଜୁଆ ମାଫିଆଙ୍କୁ ଗିରଫ କରିବା ଶହ ଘଟଣା ସ୍ଥଳରୁ ପଇସା ମଧ୍ୟ ଜବତ କରିଛି।ନିର୍ବାଚନ ଯେତିକି ପାଖେଇ ଆସୁଛି ନବରଙ୍ଗପୁର ଜିଲ୍ଲାରେ ଖୁଡ଼ ଖୁଡି ଖେଳ, କୁକୁଡ଼ା ଗାଳି ଏଵଂ ଦେଶୀ ମଦ କାରବାର ସେତିକି ବଡ଼ିବାରେ ଲାଗିଛି। ଜିଲ୍ଲା ପୋଲିସ ପ୍ରଶାସନ ଏଥିପ୍ରତ ଧ୍ୟାନ ଦେବା ଆବଶ୍ୟକ ହଇ ପଡିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!