ଆଜି ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ’; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର,୧୦ା୫:ଆଜି   ଓଡ଼ିଶାଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାଜଧାନୀରେ ମେଗା ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି। ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ହେବ ବିଶାଳ ରାଲି। ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା। ପ୍ରଧାନମନ୍ତ୍ରୀ ଆଜି ରାତି ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିଜେପି ପାର୍ଟି ଅଫିସ ଠାରୁ ବାଣୀବିହାର ଯାଏଁ ରୋଡ ଶୋ କରି ପ୍ରଚାର କରିବେ। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି।ରାତି ସାଢ଼େ ୯ଟା ଯାଏଁ ଚାଲିବ ମୋଦୀଙ୍କ ରୋଡ୍ ସୋ । ମାଷ୍ଟରକ୍ୟାଣ୍ଟିନ୍ ଠାରୁ ବାଣୀ ବିହାର ଯାଏଁ ରାସ୍ତା ସିଲ୍ ରହିବ । ଆଜି ଅପରାହ୍ନ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଗାଡ଼ି ଚଳାଚଳ ମନା । ରାଜଭବନରେ ରାତ୍ରୀଯାପନ ପରେ କାଲି ୩ ଜିଲ୍ଲା ଯିବେ ମୋଦୀ । କାଲି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ସମାବେଶରେ ଯୋଗ ଦେବେ ।ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ଲାଗି ଟ୍ରାଫିକ୍ କଟକଣା ଲଗାଯାଇଛି । ଗତକାଲିଠୁ ଜନପଥରେ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୋଲିସ୍ । ଆଜି ଅପରାହ୍ନ ୨ଟାରୁ ରୋଡ୍ ଶୋ’ ସରିବା ଯାଏ ଗାଡି ଚଳାଚଳ ମନା । ଏପରିକି ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡି ଚଳାଚଳ ମନା । ଜନପଥକୁ ସଂଯୋଗ କରୁଥିବା ସବୁ ଗଳିରୁ ଗାଡି ରାସ୍ତାକୁ ବି ଛଡାଯିବ ନାହିଁ ।ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୋଲିସ ଯାଞ୍ଚ ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ SPG କମାଣ୍ଡୋ। ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପୁରା ରୋଡ୍ କଡରେ ଥିବା ପବ୍ଲିକ, ମିଡିଆ ଷ୍ଟେଜ୍, କନେକ୍ଟିଂ ରୋଡ୍, ଟ୍ରାଫିକ୍, ରାସ୍ତାର ଉଭୟ ପାଖରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ସବୁଠି ଟିକନିକ ଯାଞ୍ଚ କରିଛନ୍ତି SPG।ପ୍ରଧାନମନ୍ତ୍ରୀଙ୍କ ଏହି ଅଢେଇ କିଲୋମିଟରର ରୋଡ୍ ଶୋ ଭିତରେ ଝଲସିବ ଓଡିଶା କଳା ଓ ସଂସ୍କୃତି। କୋଣାର୍କ ଚକ୍ର ଓ ଖଣ୍ଡିଗିରି ଐତିହ୍ୟ ପରି ଓଡିଶା କଳା ପରମ୍ପରାରେ ୧୦ ଆଇକନ ୧୦ଟି ସ୍ଥାନରେ ସ୍ଥାନିତ ହେବ। ସ୍ଥାନେ ସ୍ଥାନେ ଓଡ଼ିଶାର ବିଭିନ୍ନ ଲୋକକଳା ମାଧ୍ୟମରେ ମୋଦିଙ୍କୁ ସ୍ୱାଗତ କରାଯିବ। ରୋଡ ଶୋ ପରେ ରାଜଭବନରେ ରାତ୍ରୀ ରହଣି କରି ଆସନ୍ତାକାଲି ୩ଟି ସ୍ଥାନରେ ସମାବେଶ କରିବେ ପିଏମ ମୋଦି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!