ନାମାଙ୍କନ ଦାଖଲ କଲେ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା,,୧୦ା୫: କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଇଁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ବୈଜୟନ୍ତ ପଣ୍ଡା  ଶୋଭାଯାତ୍ରାରେ ଆସିଥିଲେ । ପ୍ରଥମେ ସେ ତିନି ମୁହାଣି ସ୍ଥିତ ରାମ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ତିନି ମୁହାଣିରୁ ଶୁଭେଛୁ, ସମର୍ଥକ ଓ ବିଜେପି କର୍ମକର୍ତ୍ତାଙ୍କ ସହ ଏକ ବିରାଟ ପଟୁଆର ବାହାରିଥିଲେ। ବୈଜୟନ୍ତ   ଲ’ କଲେଜ, ତିନି ମୁହାଁଣି ଛକ, କଜଳା, ମହିପାଳ, ନୂଆ ବସ୍‌ଷ୍ଟାଣ୍ଡ, ବଡ଼ ହାଟ ଓ ପୁରୁଣା ବସ୍‌ ଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ତା’ପରେ ସେ ସେଠାରେ ନାମାଙ୍କନପତ୍ର ଦାଖଲ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!