ଆଜିଠୁ ଖୋଲିବ କେଦାରନାଥ ଧାମ

ନୂଆଦିଲ୍ଲୀ,୧୦।୫: ଆଜିଠୁ ଖୋଲିବ ଉତ୍ତରାଖଣ୍ଡର କେଦାରନାଥ ଧାମ। ପୂଜାର୍ଚ୍ଚନା ଓ ମନ୍ତ୍ରଧ୍ୱନୀରେ କମ୍ପିବ ପରିବେଶ। ଏଥିଲାଗି ସରିଛି ସମସ୍ତ ପ୍ରସ୍ତୁତି। ମନ୍ଦିର ପରିସରକୁ ସଫା କରାଯିବା ସହ ଫୁଲରେ ସଜାଯାଇଛି।ଗୌରୀକୁଣ୍ଡରୁ ବାବାଙ୍କ ଚଳନ୍ତି ପ୍ରତିମାକୁ କେଦାରନାଥ ଅଭିମୁଖେ ନିଆଯାଇଛି। ଘଣ୍ଟଘଣ୍ଟା ଧ୍ୱନି ମଧ୍ୟରେ ବାବାଙ୍କ ଚଳନ୍ତି ପ୍ରତିମାକୁ ଶ୍ରଦ୍ଧାଳୁମାନେ ସୁସଜ୍ଜିତ ବିମାନରେ କାନ୍ଧେଇ ନେଇଥିଲେ। କେଦାରନାଥଙ୍କ ଦର୍ଶନ ଲାଗି ସୋନପ୍ରୟାଗ ଏବଂ ଗୌରୀକୁଣ୍ଡ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଲାଣି।ଆଜି କେଦାରନାଥ, ଯମୁନୋତ୍ରୀ ଓ ବଦ୍ରିନାଥ ଧାମର କବାଟ ଖୋଲିବ। ଏଥିନିମନ୍ତେ ମନ୍ଦିରକୁ ପ୍ରାୟ୪୦ କ୍ୱିଣ୍ଟାଲ ଫୁଲରେ ସଜା ଯାଇଛି। ଏହି ଫୁଲ ହେଲିକପ୍ଟର ଯୋଗେ ଉପରକୁ ନିଆଯାଇଛି। ମାତ୍ର ବଦ୍ରିନାଥ ଧାମର କବାଟ ଆସନ୍ତା ୧୨ ତାରିଖରେ ଖୋଲିବ ।ଆଜି କେଦାରନାଥ ଧାମ ଖୋଲୁଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଗତକାଲି ସୁଦ୍ଧା ଚାରି ଧାମ ଯାତ୍ରା ନିମନ୍ତେ ୨୨ ଲକ୍ଷ ଶ୍ରଦ୍ଧାଳୁ ନାମ ପଞ୍ଜୀକରଣ କରି ସାରିଛନ୍ତି। ଚାରି ଧାମ ଖୋଲିବା ଅବସରରେ ରାଜ୍ୟ ସରକାର ହେଲିକପ୍ଟରରେ ଫୁଲ ବର୍ଷା କରିବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!