ଦିଲ୍ଳୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରାୟ ୫୦ ଦିନ ପରେ ଆଜି ମୁକୁଳିଛନ୍ତି। ଆଜି ସନ୍ଧ୍ୟାରେ କେଜ୍ରିୱାଲ ତିହାର ଜେଲରୁ ବାହାରିଛନ୍ତି।ସୁପ୍ରିମକୋର୍ଟ ଆଜି ଅପରାହ୍ନରେ କେଜ୍ରିୱାଲଙ୍କୁ ଜୁନ ୧ ଯାଏ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ କେଜ୍ରିୱାଲ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଦାଖଲ କରି ଜେଲରୁ ଖଲାସ ହୋଇଛନ୍ତି। କେଜ୍ରିୱାଲ ପ୍ରଥମେ ତିହାର ଜେଲର ନଂ ୨ ସେଲରୁ ବାହାରିଥିଲେ। ଏହାପରେ ଗେଟ ନମ୍ବର ୪ ଦେଇ ବାହାରକୁ ଆସିଥିଲେ।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଆମ୍ ଆଦମୀ ପାର୍ଟି ଗଣତନ୍ତ୍ର ଓ ସମ୍ବିଧାନର ବିଜୟ ବୋଲି ପ୍ରଶଂସା କରିଛି। ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ଗୋପାଳ ରାୟ କହିଛନ୍ତି ଯେ ସମ୍ବିଧାନରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ସୁପ୍ରିମକୋର୍ଟ ଆଶାର କିରଣ ଦେଇଛନ୍ତି। ଆପ୍ ନେତା ଆତିଶୀ କହିଛନ୍ତି, କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ରାୟ ପ୍ରମାଣିତ କରିଛି ଯେ ସତ୍ୟର ବିଜୟ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!