ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୮।୫: ପାପଡାହାଣ୍ଡି ବ୍ଲକ ରେ ଚାଲିଛି ଠିକାଦାର ଓ ବ୍ଲକ ପ୍ରଶାସନର ମଧୁଚନ୍ଦ୍ରିକା |ପାପଡାହାଣ୍ଡି ବ୍ଲକରେ ଅମ ଓଡ଼ିଶା,ନବୀନ ଓଡ଼ିଶା ରେ ଆସୁଥିବା ଅର୍ଥ କୁ କିଭଳି ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରି ମାଲାମାଲ ହେଉଛନ୍ତି ସରକାରୀ ଯନ୍ତ୍ରୀ ଓ ଠିକାଦାର ମାନେ ଏହାର ଗୋଟଏ ଜୁଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକର ମକିଆ ପଞ୍ଚାୟତ ସିଲକଗୁଡ଼ା ଗ୍ରାମଠାରେ ଏକ ଗାଧୁଆ ଘାଟନିର୍ମାଣ କାର୍ଯ୍ୟରେ । ଏହି କାର୍ଯ୍ୟ ସକାଶେ ୨୦୨୩-୨୪ ଆର୍ଥିକ ବର୍ଷରେ ୩ ଲକ୍ଷ ଟଙ୍କା ଆସିଥିଲା । କିନ୍ତୁ ଏଠାରେ ଠିକାଦାର ଦିବାକର ସୁନା ଓ ସରକାରୀ ଯାନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ନିମ୍ନ ମାନର ଗାଧୁଆ ଘାଟ ନିମାଣ କରାଯାଇଛି। ଏହି ଠିକାଦାର ନିଜେ ସ୍ବୀକାର କରିଛି ଏହି କାମରେ ୫୦,୦୦୦ ରୁ ୬୦,୦୦୦ ଖର୍ଚ୍ଚ ହୋଇଥିଲା ଓ ସରକାରୀ ଯନ୍ତ୍ରୀ ଏହା ବାବଦରେ ୧,୫୦,୦୦୦ ଟଙ୍କା ପିସି ବାବଦରେ ନେଇଛନ୍ତି।ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ପାପଡାହାଣ୍ଡି ବ୍ଳକ ରେ ନିମ୍ନମାନର କାର୍ଯ୍ୟ କରି ସରକାରୀ ଯନ୍ତ୍ରୀ ଓ ଠିକାଦାର ମାନେ କିଭଳି ଅର୍ଥକୁ ହରି ଲୁଟ କରି ହେଉଛନ୍ତି ମାଲେମାଲ । ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଏହାର ତଦନ୍ତ କରାଯାଉ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା ହେଉଛି।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |