ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ: ମତଦାନ ବିଳମ୍ବ ନେଇ ଉତ୍ତେଜନା

ଭୁବନେଶ୍ୱର ,୨୦ା୫: ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ।୫ ଲୋକସଭା ଆସନ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଇଭିଏମରେ ତ୍ରୁଟି ଦେଖାଯିବା ଯୋଗୁ ମତଦାନ ବିଳମ୍ବ ହୋଇଛି। ଏହିକ୍ରମରେ ସୁନ୍ଦରଗଡ଼ ପୌରାଞ୍ଚଳରେ ୨୧୧ନମ୍ବର ବୁଥରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ମତଦାନ ବିଳମ୍ବ ହୋଇଥିଲ।ଏହାକୁ ନେଇ ସ୍ଥାନୀୟ ଲୋକେ ହୋହଲ୍ଲା କରିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ‌ଏହାକୁ ଦେଖି ଜଣେ ମହିଳା ପ୍ରିଜାଇଡିଂ ଅଫିସର ଭୟଭୀତ ହୋଇପଡ଼ିଥିଲେ। ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଅନ୍ୟପକ୍ଷରେ ରାଜ୍ୟରେ ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି। ଝାରସୁଗୁଡ଼ାରେ ସର୍ବାଧିକ ୯.୮୬% ଭୋଟିଂ ହୋଇଛି। ବଲାଙ୍ଗିରରେ ସର୍ବନିମ୍ନ ୪.୯୬% ମତଦାନ ହୋଇଛି।ସକାଳ ୯ ଟା ସୁଦ୍ଧା ହାରାହାରି ମତଦାନ ରହିଛି ୬.୯୯ ପ୍ରତିଶତ । ବରଗଡ଼ ଭଟଲୀରେ ସର୍ବାଧିକ ୧୧.୪୮ ପ୍ରତିଶତ ଭୋଟିଂ ହୋଇଛି । ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୯.୩୨% ଭୋଟ୍ ପଡିଛି । ଏହାସହ ଆସ୍କା ସଂସଦୀୟ କ୍ଷେତ୍ରରେ ୭.୬୨%, ବଲାଙ୍ଗୀରରେ ୫.୭୬% ଏବଂ କନ୍ଧମାଳରେ ୬.୭୯ % ମତଦାନ ହେଇଛି ଓ ସୁନ୍ଦରଗଡରେ ୪.୮୯% ପ୍ରତିଶତ ମତ ସାବ୍ୟସ୍ତ କରିଛନ୍ତି ଭୋଟର |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!