ଅହମଦାବାଦ ବିମାନବନ୍ଦରରୁ ୪ ସନ୍ଦିଗ୍ଧ ISIS ଆତଙ୍କବାଦୀ ଗିରଫ

ଅହମଦାବାଦ,୨୦।୫:ଗୁଜରାଟ ଅହମଦାବାଦରୁ ୪ ଜଣ ସନ୍ଦିଗ୍ଧ ISIS ଆତଙ୍କବାଦୀ ଗିରଫ। ଆଜି ଗୁଜରାଟ ଆଣ୍ଟି-ଟେରୋର୍ ସ୍କ୍ୱାର୍ଡ (ATS) ଅହମଦାବାଦ ବିମାନବନ୍ଦରରୁ ସେମାନଙ୍କୁ ଗିରଫ କରିଛି।ଗୁଜୁରାଟର ଅହମଦାବାଦରେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ ଧରାପଡିଛନ୍ତି। ଗୁଜୁରାଟ ଏଟିଏସ ଅହମଦାବାଦ ବିମାନବନ୍ଦରରୁ ସମସ୍ତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ସୂତ୍ରରୁ ପ୍ରକାଶ ଯେ ଏହି ୪ଆତଙ୍କବାଦୀ ଇସଲାମିକ ଷ୍ଟେଟ ସହିତ ଜଡିତ ଏବଂ ସେମାନଙ୍କର ଶ୍ରୀଲଙ୍କା ସଂଯୋଗ ମଧ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଅହମଦାବାଦକୁ ଆସୁଥିବା ଏହି ୪ଜଣ ଆତଙ୍କବାଦୀଙ୍କ ବିଷୟରେ ଇନପୁଟ ଗ୍ରହଣ କରାଯାଇଥିଲା। କେନ୍ଦ୍ରୀୟ ଏଜେନ୍ସି ଗୁଜୁରାଟ ଏଟିଏସ ସହିତ ଏହି ଇନପୁଟ ଶେୟାର କରିଛି ଯେ ଇସଲାମିକ ଷ୍ଟେଟ ସହିତ ଜଡିତ ଏହି ଆତଙ୍କବାଦୀମାନେ ବିମାନବନ୍ଦରକୁ ଆସିଛନ୍ତି। ଏହି ସମସ୍ତ ଆତଙ୍କବାଦୀ ଶ୍ରୀଲଙ୍କାର ବୋଲି କୁହାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!