‘ରତ୍ନଭଣ୍ଡାର ଚାବି ଓଡ଼ିଶାରେ ନାହିଁ, ତାମିଲନାଡୁ ପଳାଇଛି’ : ପ୍ରଧାନମନ୍ତ୍ରୀ

କଟକ,୨୦।୫: କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି।କଟକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ମନ୍ତବ୍ୟ। ରତ୍ନଭଣ୍ଡାର ଚାବି ନେଇ କଡ଼ା ମନ୍ତବ୍ୟ ଦେଲେ ପ୍ରଧାନମନ୍ତ୍ରୀ। କହିଲେ, ଲୋକ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି। ଆଜି ଅନୁଗୋଳ ଓ କଟକରେ ନିଜ ନିର୍ବାଚନୀ ସଭାରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଉଠାଇ କାହା ନାଁ ନ ନେଇ ଏପରି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀର ନରେନ୍ଦ୍ର ମୋଦି।କଟକରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ସେ କହିଛନ୍ତି, ୬ ବର୍ଷ ହେଲାଣି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜି ଯାଇଛି। ଚାବି ଖୋଜିବାକୁ ଯାଞ୍ଚ କମିଟି ବସିଥିଲେ ବି କମିଟି ରିପୋର୍ଟକୁ ସାର୍ବଜନୀନ କରାଯାଉ ନାହିଁ। ଏବେ ଶୁଣିବାକୁ ମିଳୁଛି ଚାବି ତାମିଲନାଡ଼ୁ ପଳାଇଛି।ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ଓଡ଼ିଶାରୁ ତାମିଲନାଡୁ ପଠାଉଥିବା ଲୋକଙ୍କୁ କେବେ ବି କ୍ଷମା କରିବେ ନାହିଁ ରାଜ୍ୟବାସୀ। ବିଜେପି ସରକାର ଆସିବା କ୍ଷଣି ଚାବିର ରାଜ୍ ଖୋଲିବ। ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ। ଯଦି କିଛି ଗଡ଼ବଡ଼ି ଥିବ, ମୋଦି କାହାକୁ ଛାଡ଼ିବ ନାହିଁ। ମହାପ୍ରଭୁଙ୍କ ଉପରେ ସମଗ୍ର ବିଶ୍ୱବାସୀଙ୍କ ଆସ୍ଥା ଥିବା ବେଳେ ଏପରି ଘୃଣ୍ୟ କାମ କରିଥିବା ଲୋକଙ୍କୁ ଛଡ଼ା ଯିବ ନାହିଁ। ଏହା ମୋଦିର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି, ଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳୁଥିବା ଲୋକଙ୍କୁ କ୍ଷମା ମିଳିବ ନାହିଁ । ଏଭଳି ଅବସ୍ଥାରେ ଯାଞ୍ଚ କମିଟି ରିପୋର୍ଟକୁ ଚାପି ଦିଆଯାଇଛି । ବାରମ୍ବାର ଦାବି ସତ୍ତ୍ୱେ ଏହାକୁ ସାର୍ବଜନୀନ କରାଯାଉନାହିଁ।  ବିଜେପି ସରକାର ଆସିବା କ୍ଷଣି ଚାବିର ରାଜ୍‌ ଖୋଲିବ। ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ। ଯଦି କିଛି ଗଡ଼ବଡ଼ି ଥିବ, ମୋଦି କାହାକୁ ଛାଡ଼ିବ ନାହିଁ ବୋଲି କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!