ପୋଲିସ ପ୍ରଶାସନର ଛତ୍ରଛାୟାରେ ମଇଦଲପୁର ଅଂଚଳରେ ବେଧଡକ ଚାଲିଛି ଖୁଡଖୁଡି ଜୁଆ ଖେଳ

ନବରଙ୍ଗପୁର ( ମିହିର ଶଙ୍କର ପାତ୍ର):-ନବରଙ୍ଗପୁର ଜିଲ୍ଲାରେ ଜୁଆ ମାଫିଆ ମାନଙ୍କ କେନ୍ଦ୍ରସ୍ଥଳ ପାଲିଟିଛି ମୈଦଲପୁର ଥାନା ଅଞ୍ଚଳ। ଅଂଚଳର ବିଭିନ୍ନ ଗ୍ରାମାଞ୍ଚଳ ରେ ବାଲିଯାତ୍ରା ଉତ୍ସବ ଚାଲିଥିବା ବେଳ । ଏହାର ସୁଯୋଗ ନେଇ କିଛି ଖୁଡଖୁଡି ମାଫିଆ ମାନେ ଏହାର ଭରପୁର ଲାଭ ଉଠୋଉଛନ୍ତି। ଏହି ବାଲିଯାତ୍ରା ମାନଙ୍କରେ ଶେଷ ଦିନରେ ଲୋକ ମାନଙ୍କ ମନୋରଞ୍ଜନ ସକାଶେ ଆଦିବାସୀ ଦୁଇଟି ଲେଖାଏ ନାଟକ ରଖାଯାଇଥାଏ। ଏହାର ସୁଯୋଗ ନେଇ ଖୁଡଖୁଡି ମାଫିଆ ମାନେ ବଡ ଧରଣରେ ଆଠ ଦଶଟି ସ୍ଥାନରେ ଖୁଡଖୁଡି ଜୁଆ ଖେଳ ସହି, ଦେଶୀ ମଦର ବିକ୍ରି କରି ବେଶ ଲାଭବାନ ହେଉଛନ୍ତି। ପୋଲିସ ପ୍ରଶାସନ ପାଖରେ ସମସ୍ତେ ଖବର ରହି ମଧ୍ୟ ନିରବ ଦ୍ରଷ୍ଟା ସାଜିଛି ଟଙ୍କା ଲାଭରେ।ଏହାର ଜଳନ୍ତା ଉଦାହରଣ ଦେଖିବାକୁ ମିଳିଛି। ପାପଡାହାଣ୍ଡି ବ୍ଳକ ମଇଦଲପୁର ପୋଲିସ୍ ଥାନା ଅଧିନ ବଟକରୀ ଗ୍ରାମ ଠାରେ ଶେଷ ବାଲିଯାତ୍ରା ଉତ୍ସବ ଚାଲିଥିବା ବେଳ ଖୁଡଖୁଡି ଜୁଆ ମାଫିଆ ମାନେ ସକ୍ରିୟ ହୋଇ ଜୁଆ ଖେଳ ଚଲାଇ ଥିଲେ। । ଏହି ବାଲିଯାତ୍ରା ପାଖରେ ପୋଲିସ ପ୍ରଶାସନ ଙ୍କ ଗାଡି ମଧ୍ୟ ଥିବା ଦେଖିବାକୁ ମିଳିଛି କିନ୍ତୁ ପୋଲିସ ପ୍ରଶାସନ ଏହି ଜୁଆ ମାଫିଆ ମାନଙ୍କ ଉପରେ କୈାଣସି ପଦକ୍ଷେପ ନେଇ ଥିଲେ,ରାତିସାରା ଚାଲିଥିଲା ଜୁଆ ଖେଳ।ଏଥିରେ ଜଣା ପଡୁଛି ଯେ ପୋଲିସ ପ୍ରଶାସନ ଙ୍କ ଛତ୍ରଛାୟାରେ ଖୁଡଖୁଡି ମାଫିଆ ମାନେ ନିର୍ଭୟ ରେ ଜୁଆ ଖେଳ ଓ ମଦ ବିକ୍ରୀ କରୁଛନ୍ତି। କିଛି ଦିନ ପୂର୍ବେ ମୈଦଲପୁର ସଦର ମହକୁମା ଠାରେ ବାଲିଯାତ୍ରା ରେ କୁଡୁଖୁଡି ଖେଳ ଚାଲିଥିଲା ଏହାକୁ ପାପଡାହାଣ୍ଡି ଏସଡିପିଓ ମିନାକ୍ଷୀ ଠାକୁର ନିଜେ ଯାଇ ବନ୍ଦ କରିଥିଲେ କିନ୍ତୁ ଦୁଃଖର ବିଷୟ ସ୍ଥାନୀୟ ପୋଲିସ ପ୍ରଶାସନର ଛାତ୍ରଛାୟାରେ ଅଂଚଳରେ ବେଧଡକ ଚାଲିଛି ଖୁଦଖୁଡି ଖେଳ।ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରିବା ସହ ଏହି ଜୁଆ ମାଫିଆ ମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!